ଭଞ୍ଜନଗର : ବୁଗୁଡା ରାମପାଦ ଜଙ୍ଗଲରେ ମଙ୍ଗଳବାର ଦିନ ଏନକାଉଣ୍ଟର ହୋଇଛି। ଏଥିରେ ନୟାଗଡର କୁଖ୍ୟାତ ଡକାୟତ ବେଣୁ ବାରିକ ଆହତ ହୋଇଛି। ବେଣୁର ବାମ ଗୋଡରେ ଗୁଳି ବାଜିଥିବାର ସୂଚନା ମିଳିଛି। ଆହତ ଅବସ୍ଥାରେ ତାକୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ ଯେ, ବେଣୁ ଗଞ୍ଜାମ ଜିଲା ବୁଗୁଡା ଥାନା କରଚୁଲି ଗ୍ରାମ ନିକଟସ୍ଥ ରାମପାଦ ଜଙ୍ଗଲ ନିକଟରେ ସକାଳେ ଯାଉଥିବାର ଖବର ପୁଲିସ ପାଇଥିଲା। ପୁଲିସ ଘଟଣାସ୍ଥଳକୁ ଯାଇ ବେଣୁକୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ବେଣୁ ଖସି ଯିବାକୁ ଉଦ୍ୟମ କରିବାରୁ ପୁଲିସ ତା ଉପରକୁ ଗୁଳି ଚଳାଇଥିଲା। ଗୁଳିଟି ତାର ବାମ ଗୋଡରେ ବାଜିଛି।
ବେଣୁ ନାଁରେ ମାଣିତରା ବ୍ୟାଙ୍କ ଲୁଟ୍ ସହ ୧୦ରୁ ଅଧିକ ମାମଲା ରହିଛି। ବେଣୁର ଘର ନୟାଗଡ ଜିଲା ଓଡଗାଁ ଜାମପାଟଣା ଅଞ୍ଚଳରେ ବୋଲି ଜଣା ପଡିଛି। ଖୋର୍ଦ୍ଧା ଜେଲରୁ ଫେରାର ହୋଇ ସେ ଗଞ୍ଜାମ ଅଞ୍ଚଳରେ ଡକାୟତି କରୁଥିଲା।
ଏନକାଉଣ୍ଟରରେ କୁଖ୍ୟାତ ଡକାୟତ ବେଣୁ ଆହତ
Popular Categories



