କଟକ : ବର୍ଷୀୟାନ ଓଡିଆ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ ହୋଇ ଯାଇଛି। କଟକର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ବର୍ଷ ହୋଇଥିଲା। ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ। ମଙ୍ଗଳବାର ସକାଳୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଶ୍ରୀ ଜେନା ଅନେକ ଲୋକପ୍ରିୟ ଓଡିଆ ସିନେମାରେ କଣ୍ଠଦାନ କରିଥିଲେ। “ଉଡିଗଲା ଗେଣ୍ଡାଳିଆ”, “ରୂପ ହୋଇଥିବ ଲାବଣ୍ୟବତୀ”, “ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର”, “ଏ ପର୍ବତ କୁଞ୍ଚି କୁଞ୍ଚିକା” ତାଙ୍କର ପ୍ରସିଦ୍ଧ ଗୀତ ଅଟେ। ତାଙ୍କ ବିୟୋଗରେ ଓଡିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି।
ବର୍ଷୀୟାନ ଓଡିଆ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ
Popular Categories



