www.samajalive.in
Sunday, December 7, 2025
18.1 C
Bhubaneswar

ଦୁନିଆର ସବୁଠୁ ସୁରକ୍ଷିତ ଦେଶ; ପୁଲିସ ବି ପାଖରେ ରଖନ୍ତିନି ବନ୍ଧୁକ

ନୂଆଦିଲ୍ଲୀ : ଦିନକୁ ଦିନ ଲମ୍ବିଚାଲିଛି ଅପରାଧର ଚେର। ମଣିଷ ଦେଶର ଯେଉଁ ସ୍ଥାନକୁ ବି ଯାଉ ସେଠାରେ ନିଜକୁ ସୁରକ୍ଷିତ ମନେ କରିବା କଷ୍ଟକର। କିନ୍ତୁ ଏମିତି ଏକ ଦେଶ ରହିଛି, ଯେଉଁଠାକୁ ଗଲେ ଲୋକମାନେ ନିଜକୁ ଖୁବ୍‌‌ ସୁରକ୍ଷିତ ମନେକରନ୍ତି। ନିର୍ଭୟରେ ଲୋକମାନେ ନିଜ ପରିବାର ସହ ଏଠାରେ ବସବାସ କରିପାରିବେ। ଆମେ ଆଇସଲ୍ୟାଣ୍ଡର ସୁରକ୍ଷିତ ଦେଶ ସମ୍ପର୍କରେ କହୁଛୁ, ଯାହା ୟୁରୋପର ଏକ ଅଂଶ ବିଶେଷ ଭାବରେ ଜଣାଯାଏ। ୱାର୍ଲ୍ଡ ପପୁଲେସନ୍‌‌ ରିଭ୍ୟୁ ଅନୁଯାୟୀ, ଆଇସଲ୍ୟାଣ୍ଡକୁ ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶ ଭାବରେ ବିବେଚନା କରାଯାଏ। ବିଶ୍ବ ଶାନ୍ତି ସୂଚକାଙ୍କ ମଧ୍ୟ ଏହି ଦେଶକୁ ୧ ନମ୍ବର ମାନ୍ୟତା ଦେଇଛି। ଏହି ଦେଶର ୧୧ ପ୍ରତିଶତ ବରଫରେ ଆଚ୍ଛାଦିତ। ଯଦି ବିଶ୍ୱର ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିବ, ତେବେ ଖୁବଶୀଘ୍ର ଏହି ଦେଶ ବୁଡ଼ିଯିବାର ସମ୍ଭାବନା ରହିଛି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଏହି ଦେଶରେ ଥିବା ସରକାରୀ ବିଦ୍ୟାଳୟଗୁଡିକ ଛାତ୍ରଛାତ୍ରୀ ମାନଙ୍କଠାରୁ ଟ୍ୟୁସନ୍‌‌ ଫି ଆଦାୟ କରେନାହିଁ। କେବଳ ଛାତ୍ରଛାତ୍ରୀମାନଙ୍କଠାରୁ ଆବେଦନ ଓ ପଞ୍ଜୀକରଣ ଫି ଆଦାୟ କରନ୍ତି। ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ, ଏଠାରେ ପିଲାମାନଙ୍କ ପାଇଁ ଶିକ୍ଷା ମାଗଣା ହୋଇଥାଏ। ଆଉ ଯଦି ସୁରକ୍ଷାର କଥା ଦେଖିବା, ତେବେ ଏଠାକାର ପରିବେଶ ଏତେ ଶାନ୍ତି ଯେ, ପୁଲିସ ମଧ୍ୟ ପାଖରେ ବନ୍ଧୁକ ରଖନ୍ତି ନାହିଁ। ଏଥିସହ ଏଠାରେ ସମଲିଙ୍ଗୀ ବିବାହର ଅନୁମତି ଥିବାବେଳେ ପୁରୁଷ ଏବଂ ମହିଳାଙ୍କୁ ସମାନ ଦରମା ଦେବାର ବ୍ୟବସ୍ଥା ରହିଛି। ଆମେ ଏହାକୁ ଧନୀ ଦେଶ ବୋଲି ମଧ୍ୟ କହିପାରିବା।

ହାଇଟେକ୍‌‌ ହସ୍ପିଟାଲରେ ବିସ୍ଫୋରଣ ଘଟଣା ; ଦିଲ୍ଲୀପ ଜୀବିତ ନା ମୃତ!

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories