www.samajalive.in
Sunday, November 16, 2025
15.1 C
Bhubaneswar

୧୭.୭୨ କ୍ୱିଣ୍ଟାଲ ପିଡିଏସ୍ ଚାଉଳ ଉଭାନ : ଖୋଜା ଚାଲିଛି ଚୋର କୁଆଡେ ଗଲା 

ଲଡୁଗାଁ :  କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତରେ ନ ପହଞ୍ଚି କୁଇଣ୍ଟାଲ କୁଇଣ୍ଟାଲ ପିଡ଼ିଏସ ଚାଉଳ ଗାଏବ୍ ହେଉଥିବା ଅଭିଯୋଗ ହୋଇଛି ।  ସିଡବ୍ଲୁସି ଗୋଦାମରୁ କୋକସରା ବ୍ଲକର ୨୨ ପଞ୍ଚାୟତକୁ  ଏଲ- ୨ ଠିକାଦାର ଅମିତ କୁମାର ଅଗ୍ରୱାଲ ପିଡ଼ିଏସ ଚାଉଳ ଯୋଗାଣ ଦାୟିତ୍ୱରେ ରହିଥିବା ବେଳେ ଡ଼ହଗାଁ ପଞ୍ଚାୟତ ପାଇଁ ଏପ୍ରିଲ, ମଇ ଓ ଜୁନ ମାସ ପାଇଁ ୨୪୯.୯୦ କ୍ୱିଣ୍ଟାଲ ପିଡ଼ିଏସ ଚାଉଳ ଶୁକ୍ରବାର ଗାଡି ନମ୍ବର ଓଆର ୦୮ ଇ ୨୧୧୧ ଯୋଗେ ଡ଼ହଗାଁ ପଞ୍ଚାୟତରେ ପହଞ୍ଚିଥିଲା ।
ତେବେ ଓଜନ କରାଯିବାରୁ ୨୪୯.୯୦ କ୍ୱିଣ୍ଟାଲ ବଦଳରେ ୨୩୨.୧୮ କ୍ୱିଣ୍ଟାଲ ଚାଉଳ ପହଞ୍ଚିଥିବା ଦେଖି  ଯୋଗାଣ ସହାୟିକା ବନିତା ଛୁରା, ପିଇଓ ରାଜେନ୍ଦ୍ର ସୋରି  ୧୭.୭୨ କ୍ୱିଣ୍ଟାଲ କମ ଚାଉଳ ଥିବା ଦେଖି ଅବାକ୍ ହୋଇଯାଇଥିଲେ । ଏତେ ଚାଉଳ କୁଆଡେ ଗଲା, କିଏ ସେ ଚାଉଳ ଚୋର ବୋଲି ସମସ୍ତେ ଛାନିଆ । ଏ ସଂକ୍ରାନ୍ତରେ ବ୍ଲକ ଯୋଗାଣ ଅଧିକାରୀଙ୍କ ନିକଟରେ  ଡ଼ହଗାଁ ପଞ୍ଚାୟତ ସରପଞ୍ଚ ପିଇଓ ଏବଂ ଯୋଗାଣ ସହାୟକା ଅଭିଯୋଗ କରିଛନ୍ତି ।  ପ୍ରତି ବସ୍ତାରେ ୫୦ କେଜି ବଦଳରେ ୩୬ ରୁ ୪୦  କେଜି ଚାଉଳ ଓଜନ ରହୁଥିବା ବେଳେ ତତକ୍ଷଣାତ୍ ବ୍ଲକ ଯୋଗାଣ ଅଧିକାରୀ  ଜଗାରାମ ମୁର୍ମୁଙ୍କୁ ଡ଼ହଗାଁ ପଞ୍ଚାୟତ ସରପଞ୍ଚ କୁଞ୍ଜଳତା ନାଏକ, ପିଇଓ , ଯୋଗାଣ ସହାୟିକା  ଏନେଇ  ତଦନ୍ତ କରିବାକୁ  ଲିଖିତ ଅଭିଯୋଗ କରିଛନ୍ତି । ଡ଼ହଗାଁ ପଞ୍ଚାୟତରେ  ଯୋଗାଣ ଅଧିକାରୀ  ପହଞ୍ଚି ତଦନ୍ତ କରିବା ପରେ ପିଡ଼ିଏସ ଚାଉଳ ୧୭ କ୍ୱିଣ୍ଟାଲ ୭୨ କେଜି କମ ଥିବା ଜାଣିବାକୁ ପାଇଥିଲେ ଓ ଏନେଇ  ଧର୍ମଗଡ଼ ଉପ ଜିଲ୍ଲାପାଳ ଓ ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ଦେଇଛନ୍ତି । ବାରମ୍ବାର  ସରକାରଙ୍କ ପିଡିଏସ ସାମଗ୍ରୀର ହେରଫେର ବ୍ଳକରେ ବୃଦ୍ଧି ପାଉଥିବା ବେଳେ ଉଚ୍ଚ ଦୁର୍ନୀତିର ସଠିକ୍ ତଦନ୍ତ କରାଗଲେ ଅସଲ ଗୁମର ଫିଟିବ ଓ ଦୋଷୀ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories