www.samajalive.in
Sunday, December 7, 2025
26.1 C
Bhubaneswar

କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ପାଇଁ ବାଟ ଫିଟିଲା, ଜମି ଅଧିଗ୍ରହଣ  ଲାଗି ନୋଟିସ ଜାରି

କେନ୍ଦ୍ରାପଡ଼ା/ମହାକାଳପଡ଼ା: ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲାରେ ନିପ୍ପନ ଷ୍ଟିଲ ପକ୍ଷରୁ ଷ୍ଟିଲପ୍ଲାଣ୍ଟ ପ୍ରତିଷ୍ଠା ନେଇ ଆଶା ଉଜ୍ଜ୍ବଳ ହୋଇଛି। ଏହି ପ୍ରକଳ୍ପ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଲାର ମହାକାଳପଡା ଅଞ୍ଚଳରେ ଏହା ପ୍ରତିଷ୍ଠା ହେବାକୁ ଯାଉଛି। ଅତିରିକ୍ତ ଜିଲାପାଳ ମହାକାଳପଡ଼ା ତହସିଲଦାରଙ୍କୁ ଚିଠି ଲେଖିଛନ୍ତି, ତୁରନ୍ତ ମହାକାଳପଡ଼ା ବ୍ଲକ ବଡ଼ଟୁବିରେ ଜମି ଅଧିଗ୍ରହଣ ପାଇଁ ନିର୍ଦେଶ ଜାରି କରିଛନ୍ତି। ଏହି ଅଞ୍ଚଳରେ ନିପ୍ପନ ଷ୍ଟିଲ କାରଖାନା ନିର୍ମାଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୩୮ ଏକର ଜମି ଅଧିଗ୍ରହଣ ଲାଗି ନିର୍ଦେଶରେ ଉଲ୍ଲେଖ କରାଯାଇଛି।  ଯେଉଁମାନେ ଜମି ହରାଇବେ ସେମାନଙ୍କୁ ନ୍ୟାୟୋଚିତ କ୍ଷତିପୂରଣ ପ୍ରଦାନ କରାଯିବ। ଏହାସହ ସେମାନଙ୍କୁ ପୁନର୍ବାସ  ସହ ଥଇଥାନ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ,  ୨୦୧୨ ଡିସେମ୍ବର ୧୭ ତାରିଖରେ ଆର୍ସେଲର ମିତ୍ତଲ ଓଡ଼ିଶା ସରକାରଙ୍କ ସହ ଚୁକ୍ତି କରିଥିଲା ଯେ କେନ୍ଦ୍ରାପଡ଼ା ଜିଲାରେ ବାର୍ଷିକ ୨୪ ମିଲିୟନ ଟନ ଷ୍ଟିଲ ଉତ୍ପାଦନ କରିବ। ଏ ନେଇ ରାଜ୍ୟ ସରକାର ଜମି ଯୋଗାଇ ଦେବେ । ଏକ ଲକ୍ଷ କୋଟି ଟଙ୍କା ଏଥିରେ ବିନିଯୋଗ ହେବ ବୋଲି ମିତ୍ତଲ ପକ୍ଷରୁ କୁହାଯାଇଥିଲା। ଏହି ଷ୍ଟିଲ ପ୍ଲାଣ୍ଟରେ ସିଧାସଳଖ ୫ ହଜାର ନିଯୁକ୍ତି ସୃଷ୍ଟି ହେବ; ଏହାସହ ପରୋକ୍ଷରେ ଆଉ ୫ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି ଯୋଜନା ହୋଇଥିଲା ; କିନ୍ତୁ ବିଜେଡି ସରକାର ଅମଳରେ ଏହା କେବଳ ଯୋଜନାରେ ରହିଗଲା। ୨୦୨୪ ନିର୍ବାଚନ ଆଚରଣ ବିଧି ଲାଗୁ  ସୁଦ୍ଧା ପ୍ଲାଣ୍ଟ ନିର୍ମାଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା।

- Advertisement -

ରାଜ୍ୟରେ ବିଜେପି ସରକାର ଆସିବାର ୬ ମାସ ମଧ୍ୟରେ ଏହି କାରଖାନା ପ୍ରତିଷ୍ଠା  ଲାଗି ପଦକ୍ଷେପ ନିଆଯାଇଛି। ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର  କହିଛନ୍ତି, ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳରେ  ସାଧାରଣ ଲୋକଙ୍କ ଜମି ରହିଥିବାରୁ ସେମାନଙ୍କୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରାଯାଇ  ଜମି ଅଧିଗ୍ରହଣ  କରାଯିବ। ଏହି ପ୍ରକଳ୍ପ ଅଞ୍ଚଳ ଅଧୀନ ଅନ୍ୟ କେତେକ ଗ୍ରାମରେ ମଧ୍ୟ ବେସରକାରୀ ଜମି ରହିଛି। ସେଗୁଡିକୁ ମଧ୍ୟ ଧୀରେ ଧୀରେ ଅଧିଗ୍ରହଣ କରାଯିବ। ଫଳରେ ପ୍ରକଳ୍ପ ନିର୍ମାଣ ହେବାରେ ସମସ୍ୟା ରହିବ ନାହିଁ। ଏ ନେଇ ପୂର୍ବରୁ ଜନଶୁଣାଣି ହୋଇଥିଲା। ଏହି ଜନ ଶୁଣାଣିର ନିର୍ଯ୍ୟାସକୁ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିଲା। ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ଏହି ବିଜ୍ଞପ୍ତି ଜାରି କରାଯାଇଛି ବୋଲି ସେ କହିଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories