www.samajalive.in
Tuesday, December 9, 2025
16.1 C
Bhubaneswar

ଅବକାରୀ ବିଭାଗର ଚଢ଼ାଉ ମଦ ଜବତ, ଗିରଫ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲ ଆନ୍ଧ୍ର ସୀମାନ୍ତ ମାଣିକ ପୁର ବିଜୟପୁର ଏବଂ ତୁମ୍ବା ଛକରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ମଦ ପୋଚ ନଷ୍ଟ କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଜିଲ୍ଲା ଅବକାରୀ ବିଭାଗର ନିର୍ଦ୍ଦେଶକ୍ରମେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ପାତ୍ରପୁର ତହସିଲଦାର ଅମିତ୍ କୁମାର ନାୟକଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇ ଥିଲା।
ମାଣିକପୁର ବିଜୟପୁର ଗ୍ରାମ ନିକଟରେ ଥିବା ନାଳରେ ପୋଚ ପକାଇ ରାନ୍ଧୁ ଥିବା ବେଳେ ଜରଡା ପୁଲିସ ଉପସ୍ଥିତରେ ଅବକାରୀ ବିଭ।ଗ ଭୋର ସମୟରେ ଚଢ଼ାଉ କରିଥିଲେ। କର୍ମଚାରୀ ମାନେ ପହଂଚିବା ଖବର ପାଇ ମଦ ରାନ୍ଧୁଥିବା ଲୋକମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲକୁ ଚାଲିଯାଇଥିଲେ। ଅବକାରୀ ବିଭାଗ ଏହି ଦୁଇଟି ସ୍ଥାନରେ ମଦ ପ୍ରସ୍ତୁତି ହେଉଥିବା ଏକାଧିକ ଭାଟିରୁ ୩୭୦ଲିଟର ରନ୍ଧା ଦେଶୀ ମଦ ଜବତ କରିଥିଲେ। ଏହା ସହ ମଦ ପ୍ରସ୍ତୁତି ପାଇଁ ପକାଇ ଥିବା ୧୫.୨୦୦ ଲିଟର ପୋଚ ନଷ୍ଟ କରିବା ସହିତ ବିଭିନ୍ନ ସରଞ୍ଜାମ ଜବତ କରିଥିଲେ। ତୁମ୍ବା ଠାରେ ମଦ ବିକୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ଏହି ଚଢ଼ାଉ ବେଳେ ଅବକାରୀ ବିଭାଗର ଅଧିକାରୀ ଡି ଏସ ପି ବିଜୟ କୁମାର ଧାରୁଆ, ଆଇ ଆଇ ସି ମିହିର କୁମାର ସେଠୀ , ଚିକିଟି ଏସ ଆଇ ତପସ୍ପିନି ବରାଳ ଜରଡା ଏସଆଇ ମେଦିନିସ୍ୱର କହଁର ସମେତ ଅବକାରୀ ବିଭାଗର ବହୁ ଅଧିକାରୀ ଏ ପି ଆର କର୍ମଚାରୀ ମାନେ ସାମିଲ ଥିଲେ ।

Hot this week

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

Related Articles

Popular Categories