www.samajalive.in
Sunday, December 7, 2025
13.1 C
Bhubaneswar

ଆଦିବାସୀଙ୍କୁ ଏକାଠି କଲା ବଗଡ ଚାଷ

ପାତ୍ରପୁର : ଧୀରେ ଧୀରେ ବିଭିନ୍ନ କାରଣରୁ ଚାଷ ପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗିଥିଲାବେଳେ ଏକ ଦୁର୍ଗମ ଆଦିବାସୀ ଗ୍ରାମର ଲୋକମାନେ ପାଳି କରି ମିଳିତ ଭାବେ ଚାଷ କାର୍ଯ୍ୟରେ ସାମିଲ ହୋଇ କାମ କରୁଥିବା ଦେଖିବାକୁ ମିଳିଛି। ପାତ୍ରପୁର ବ୍ଳକ ବୁରାତାଲ ପଞ୍ଚାୟତ ଦୁର୍ଗମ ମହଲିମ୍ବ ଗ୍ରାମରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମୌସୁମୀ ବର୍ଷା ପରେ ଗ୍ରାମର ଥିବା ବଗଡ଼ ସଫା କାମରେ ସ୍କୁଲ, କଲେଜ ପଢୁଆ ଛାତ୍ରଛାତ୍ରୀଙ୍କ ସମେତ ଗ୍ରାମର ଲୋକମାନେ ମନେ ପାଳି କରି କାମ ଆରମ୍ଭ କରିଛନ୍ତି।  ସୂଚନା ଅନୁସାରେ, ମହଲିମ୍ବ ଗ୍ରାମଟି ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି। ଏହି ଗ୍ରାମକୁ ଯିବାକୁ ହେଲେ ଜଙ୍ଗଲ ବିଭାଗ ଗୁଜୁଲିଙ୍ଗି ଠାରୁ ପାୟ ସାତ କିଲୋମିଟର ଚାଲିବାକୁ ପଡୁଛି। ଗ୍ରାମରେ ୩୦ରୁ ଊର୍ଦ୍ଧ୍ବ ପରିବାର ୩ଟି ସାହି କାର୍ଜି ସାହି, ନାୟକ ସାହି, ଏବଂ ଦଳେଇ ସାହିରେ ବସବାସ କରନ୍ତି । ଗ୍ରାମର ଲୋକମନେ ମୁଖ୍ୟତ ପୂର୍ବରୁ ପୋଡ଼ୁଚାଷ କରି ଜଙ୍ଗଲରେ କରିଥିବା ବଗଡ଼ରେ କରିଥିବା ଫସଲ ଉତ୍ପାଦନ କରି ପରିବାର ପ୍ରତିପୋଷଣ କରନ୍ତି। ଲୋକମାନେ ଗ୍ରାମଠାରୁ ଅନତି ଦୂରରେ ଏକରୁ ତିନି ଏକର ଅଞ୍ଚଳରେ ବଗଡ଼ ଚାଷ କରିଛନ୍ତି। ଗ୍ରାମାଞ୍ଚଳରେ ଚାଷ କାର୍ଯ୍ୟରେ ଶ୍ରମିକ ଅଭାବ ଫଳରେ ଚାଷୀ ମାନେ ବିଭିନ୍ନ ଯନ୍ତ୍ରର ବ୍ୟବହାର କରି ଚାଷ କରିବା ସାଙ୍ଗକୁ ଉନ୍ନତମାନର ବିହନ ବ୍ୟବହାର ସାଙ୍ଗକୁ ସାର ପ୍ରୟୋଗ କରି ଅଧିକା ଅମଳ କରୁଛନ୍ତି। ବଗଡରୁ ଅନା ବନା ଲଟାବୁଦା ସଫା କରି ବର୍ଷର ପ୍ରଥମ ବର୍ଷା ପରେ ନିଜ ନିଜ ବଗଡରେ ପ୍ରତି ପରିବାର ମାଟି ମାକୁ ପୂଜା କରି ବିହନ ବୁଣି ଥାଆନ୍ତି। ଏବେ ସବୁ ବଗଡରେ ସୁଆଁ, କାଙ୍ଗୁ,ବାଇଲ, ଜହ୍ନା, ଘଣ୍ଟିଆ, କାଲ, କାଙ୍ଗୁ, କୁସୁଳା କାନ୍ଦୁଲ ପ୍ରଭୁତି ଶସ୍ୟ ସହିତ ପରିବା ପାଇଁ ବାଇଗଣ, କଖାରୁ,ଲାଉ, ବିନସ ପ୍ରଭୁତି ପନିପରିବା ଲଗାଇଛନ୍ତି। ତେବେ ମୌସୁମୀ ବର୍ଷା ପରେ ବଗଡ଼ରେ ବିହନ ଉଠିବା ଦେଖି ଗ୍ରାମରେ ଗତ ସପ୍ତାହରେ ଏକ ସଭା କରି ପାଳିରେ ଗୋଟିଏ ପରେ ଗୋଟିଏ ବଗଡ଼ ରୁ ଘାସ କୋଡ଼ି ବାହାର କରିବା ସହିତ ଲଟା ବୁଦା ସଫା କାର୍ଯ୍ୟରେ ଲାଗିଛନ୍ତି। ଏହି କାର୍ଯ୍ୟରେ ଗ୍ରାମର ପ୍ରାୟ ୪୦ ଜଣ ସାମିଲ ହୋଇଛନ୍ତି। ଜଙ୍ଗଲ ଉପରେ ଥିବା ଏହି ଗ୍ରାମକୁ ରାସ୍ତାଟିଏ ନାହିଁ। ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ତୁମ୍ବା ବୁରାତାଲ ରାସ୍ତାର ଗୁଜୁଲିଙ୍ଗି ଠାରୁ ଜଙ୍ଗଲ ପଥରେ ପ୍ରାୟ ୯ କିଲୋମିଟର ଚାଲିବାକୁ ପଡ଼ୁଛି । ଗ୍ରାମକୁ ଚାରିବର୍ଷ ତଳେ ଆରମ୍ଭ ହୋଇଥିବା ରାସ୍ତା ଅଧାରେ ଅଟକି ଏବେ ଖାଲ ଖମା ହୋଇ ପଡ଼ିବା ସହ ଲଟାବୁଦା ମାଡ଼ି ବସିବା ଫଳରେ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି। ତେବେ ଚାଷ କାମ ପାଇଁ ସାମୁହିକ ଏକତା ଦେଖାଇ ମିଳିତ ଭାବେ ସହଯୋଗ କରି ଚାଷକାର୍ଯ୍ୟ କରୁଥିବା ମହଲିମ୍ବ ଗ୍ରାମ ଅଞ୍ଚଳ ପାଇଁ ଉଦାହରଣ ସୃଷ୍ଟି କରିଛି । ତେବେ ଗ୍ରାମକୁ ପକ୍କା ରାସ୍ତା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବାକୁ ଦାବି ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories