ପାତ୍ରପୁର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଲଗାଣ ବର୍ଷା ପରେ ପାଣି ଆସି ବଗୀ କେନାଲ ଭାଙ୍ଗିଯାଇଛି। ଅଧିକ ବର୍ଷାଯୋଗୁଁ ଧାନ ଜମିର ପାଣି ଏହି କେନାଲରେ କୂଳ ଲଙ୍ଘି ଯିବା ଫଳରେ ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି। କେନାଲ ଭାଙ୍ଗିଯିବା ପରେ ନିକଟରେ ଥିବା ଧାନ ଚାଷ ଜମି ଦେଇ ପାଣି ଚାଲିଛି। ଫଳରେ ଜମିରେ ବାଲିଚର ହେବା ଆଶଙ୍କା ସୃଷ୍ଟିହୋଇଛି। ଏପରିକି କେନାଲ ପାଖ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ପାର୍ଶ୍ୱ ରୁ ମାଟି ଧୋଇବାକୁ ବସି ରାସ୍ତା ପ୍ରତି ବିପଦ ସୃଷ୍ଟି ହୋଇଛି। କ୍ଷୁଦ୍ର ଜଳସେଚନ ବିଭାଗ ବଗି ନଦୀରୁ କେନାଲ ମାଧମରେ ଭୀମପୁର ଗ୍ରାମର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଉ ଥିଲା। ତେବେ କେନାଲ ର ଭୀମପୁର ଗ୍ରାମ ନିକଟରେ ଭାଙ୍ଗି ଯିବା ଯୋଗୁଁ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କ୍ଷୁଦ୍ର ଜଳସେଚନ ବିଭାଗ କତ୍ତୃପକ୍ଷ ତୁରନ୍ତ ଏହି କେନାଲ ମରାମତି କରିବାକୁ ଚାଷୀ ମହଲରେ ଦାବୀ ହେଉଛି।
Popular Categories



