ସୁବର୍ଣ୍ଣପୁର ବିଦ୍ୟାଳୟରେ ପୋଷାକ ବଣ୍ଟନ

ପାତ୍ରପୁର : ପାତ୍ରପୁର ବ୍ଳକ ଜରଡା କ୍ଳଷ୍ଟର ସୁବର୍ଣ୍ଣପୁର ବିଦ୍ୟାଳୟରେ ପୋଷାକ ବଣ୍ଟନ ଉତ୍ସବ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମ ରେ ନାଏବ ସରପଞ୍ଚ ତଥା ପଂଚାୟତ ଶିକ୍ଷା ଷ୍ଟାଣ୍ଡିଂ କମିଟି ଉପାଧ୍ୟକ୍ଷ ମାଧବ ବାଡତ୍ୟା, ସି ଆର ସି ସି ଲିଟୁ ପାତ୍ର, ପ୍ରଧାନ ଶିକ୍ଷକ ଏସ ସୂର୍ଯ୍ୟନାରାୟଣ , ପି ଟି ଏ ସଭ୍ୟ କେ ବୃନ୍ଦାବନ ଆଚାରି ପ୍ରମୁଖ ମଞ୍ଚାସିନ ଥିବା ବେଳେ ୱାର୍ଡ଼ ସଭ୍ୟା ପ୍ରିୟଙ୍କା ମହାନ୍ତି, କବିତା ପ୍ରଧାନ,ସିଲା ସାହୁ ସନ୍ତୋସିନି କନ୍ୟାରି ଉପସ୍ଥିତ ଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିବା ବେଳେ ଶିକ୍ଷକ ରମଣୀ ରଞ୍ଜନ ନାୟକ, ନିରାକାର ସାହୁ ଓ ରବୀନ୍ଦ୍ର ସେଠୀ ସହଯୋଗ କରିଥିଲେ।

Comments are closed.