ଅମ୍ବା ମହାଯଜ୍ଞ ପାଇଁ କଳସ ସ୍ଥାପନ

ପାତ୍ରପୁର: ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ବାୟୁଳିଆ  ବ୍ରାହ୍ମଣୀଦେବୀଙ୍କ ପୀଠରେ ଅମ୍ୱା ମହାଯଜ୍ଞ   ଶୁଭାରମ୍ଭ ହୋଇଯାଇଛି । ଏଥି ପାଇଁ  ବାୟୁଳିଆ ସହିତ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଶତାଧିକ ମହିଳା ଅମରକୋଷ ବର୍ଣ୍ଣିତ  ବାହୁଦା ନଦୀର ର ସମାସିଙ୍ଗି ଶାସନ ବାରୁଣୀ ଘାଟରୁ    କଳସରେ ଜଳ ଧରି ପାଞ୍ଚ କିଲୋମିଟର ମନ୍ଦିର ଠାରେ ପହଂଚିଥିଲେ ।  ଜଳଯାତ୍ରା ପରେ ଦିକ୍ଷାଗ୍ରହଣ, ଯଜ୍ଞାଧୀବାସ, ଅଙ୍କୁରାରୋପଣ ପ୍ରଭୃତି କାର୍ଯ୍ୟ ସମାପନ ହୋଇଥିଲା । ମୁଖ୍ୟ ପୁରୋହିତ ଅଶୋକ କୁମାର ପାଢ଼ୀଙ୍କ ନେତୃତ୍ତ୍ୱରେ ବ୍ରାହ୍ମଣ ମାନେ ପୂଜାର୍ଚ୍ଚନା ଜାରି ରହିଛି ।

ପ୍ରତି ପାଞ୍ଚ ବର୍ଷରେ ପଞ୍ଚମ ଥର ପାଇଁ ଏହି ଯଜ୍ଞ ଆୟୋଜନ ହେଉଥିବା ବେଳେ ଆସନ୍ତା ଏକ ତାରିଖ ଦିନ ଅମ୍ବୃଆ ବେଳା ରେ ପୂର୍ଣ୍ଣାହୁତି ହେବା କାର୍ଯ୍ୟକ୍ରମ ରହିଛି।   ଆୟୋଜିତ କାର୍ଯ୍ୟକ୍ରମରେ,ବ୍ରାହ୍ମଣ ବରଣ, ଶାଲା ସଂସ୍କାର ଓ ମଣ୍ଡଳପୂଜା, ସୂର୍ଯ୍ୟ ପୂଜା, ଦେବତାଧିବାସ,ଚଣ୍ଡୀ ପରାୟଣ,ଘୃତଯଜ୍ଞ  ପୂର୍ଣ୍ଣାହୁତି ହେବ । ପାଞ୍ଚ ଦିନ ବ୍ୟାପି ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରତିଦିନ ଘୃତଯଜ୍ଞ, ଅନ୍ନଯଜ୍ଞ ଓ ନାମଯଜ୍ଞ ଅନୁଷ୍ଟିତ ହେବ ।ଯଜ୍ଞ ପାଳନ ପାଇଁ ଗ୍ରାମ ରଙ୍ଗୀନ ଆଲୋକରେ ଆଲୋକିତ ହୋଇ ଥିବା ବେଳେ ମିନା ବଜାର ର ମଜା ନେବା ସହ ପ୍ରଭୁଙ୍କ କୃପା ଲାଭ ପାଇଁ ସନ୍ଧ୍ୟାରେ ଜନ ଗହଳି ବୃଦ୍ଧି ପାଉଛି ।ଗ୍ରାମର ସମସ୍ତ ବ୍ୟକ୍ତି ପରିଚାଳନାରେ ସହଯୋଗ କରୁଛନ୍ତି ।

Comments are closed.