www.samajalive.in
Sunday, December 7, 2025
26.1 C
Bhubaneswar

ମନ୍ଦିର ହୁଣ୍ଡି ନେଇ ଗଲେ ଚୋର

ପାତ୍ରପୁର : ଜରଡା ଥାନା ତୁରୁବୁଡି ପଞ୍ଚାୟତ ପୁହୁଣ୍ଡି ଗ୍ରାମର ତୁମ୍ୱେଶ୍ଵର ମହାଦେବ ମନ୍ଦିରର ହୁଣ୍ଡି ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସକାଳେ ମନ୍ଦିର ପୂଜକ ପଦ୍ମନାଭ ରଣା ଭୋର ସମୟରେ ଶଙ୍ଖ ନାଦ କରି ମନ୍ଦିର ଖୋଲିବା ବେଳେ ହୁଣ୍ଡିଟି ନଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ପହଞ୍ଚିବା ପରେ ଖାରିଆ ଗୁଡ଼ା ପୁଲିସକୁ ଖବର ଦେଇଥିଲେ। ଚୋରି ଖବର ପାଇ ଖାରିଆ ଗୁଡ଼ା ଫାଣ୍ଡି ଅଧିକାରୀ ପହଞ୍ଚି ବିଭିନ୍ନ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ଚୋର ମାନେ ହୁଣ୍ଡିକୁ ମନ୍ଦିର ଠାରୁ ରାସ୍ତା ପର୍ଯ୍ୟନ୍ତ ପ୍ରାୟ ଦୁଇଶହ ମିଟର ଘୋଷାରି ନେଇ ଥିବା ଚିହ୍ନ ଥିବା ଦେଖିବାକୁ ମିଳୁଛି। ଶିବରାତ୍ରୀ ପୂର୍ବରୁ ମନ୍ଦିର ଉନ୍ନତି ପାଇଁ ଗ୍ରାମବାସୀମାନେ ଦୁଇ ଲକ୍ଷ ଟଙ୍କା ରଖିଥିବା ବେଳେ ପୂର୍ବରୁ ପ୍ରାୟ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସର୍ବ ମୋଟ ଚାରି ଲକ୍ଷରୁ ଉର୍ଦ୍ଧ ଟଙ୍କା ଏବଂ କିଛି ଅଳଙ୍କାର ହୁଣ୍ଡିରେ ଥିବା ପୂଜକ ପଦ୍ମନାଭ ରଣା ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories