www.samajalive.in
Saturday, December 6, 2025
14.1 C
Bhubaneswar

ଶକ୍ତି ପୀଠରେ ନବରାତ୍ର ପୂଜା ଆରମ୍ଭ

ପାତ୍ରପୁର: ପାତ୍ରପୁର ବ୍ଲକର ଦୁଇ ଶକ୍ତିପୀଠ ମା’ କୁଠାରୀଶ୍ୱରୀ ଓ କୁରେଇସୁଣି ପୀଠରେ ନବରାତ୍ର ପୂଜା ଆରମ୍ଭ ହୋଇଛି। ପାତ୍ରପୁର ଗ୍ରାମରେ ଅଧିଷ୍ଠିତ ଦେବୀ କୁଠାରୀଶ୍ୱରୀଙ୍କ ୫୮ତମ ନବରାତ୍ରୀ ପୂଜା ପାଇଁ ଗତକାଲି ସନ୍ଧ୍ୟାରେ ବିଲ୍ୟ ଅଧିବାସ ଦେବତା ଆମନ୍ତ୍ରଣ ହୋଇଥିଲା। ଆଜି କଳ୍ପ ପୂଜା କରାଯିବ ସହ ଅନ୍ୟାନ୍ୟ କାର୍ଯ୍ୟ ହୋମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପୂଜା ପାଇଁ ମାଆଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ଗ୍ରାମ ତଥା ପଡ଼ୋଶୀ ଆନ୍ଧ୍ର ଏବଂ ଅଂଚଳର ବହୁ ଭକ୍ତ ମାଆଙ୍କ ଦର୍ଶନ ସହ ପୂଜା ପାଠ କରିବା ପାଇଁ ରୁଣ୍ଡ ହେଉଥିବା ଜଣାଯାଇଛି।
ଆସନ୍ତା୧୦ ତାରିଖ ଅର୍ଦ୍ଧ ରାତ୍ରିରେ ପୀଠ ଦେବୀଙ୍କ ମହାଷ୍ଟମୀ ପୂଜା ସହ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ। ସେହିପରି ଅନ୍ୟତମ ପ୍ରସିଦ୍ଧ ଦେବୀ ପୀଠ ତୁରିବୁଡି ପଞ୍ଚାୟତର ନୂଆଁଗଡ଼ ଗ୍ରାମରେ ଥିବା କୁରେଇସୁଣି ଠାରେ ଗତରାତ୍ର ପବିତ୍ର ବାହୁଦା ନଦୀରୁ ପୂଜା ପାଠ କରି ଚାଙ୍ଗୁଡ଼ିରେ ବାଲି ସଂଗ୍ରହ କରାଯାଇଥିଲା। ଆଜି ଦୁଇଟି ବାଉଁଶ ଘଷି ସେଥିରୁ ଅଗ୍ନି ବାହାର କରି ସେହି ଅଗ୍ନିରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯିବ।

ଶାରଦୀୟ ନବରାତ୍ରରୁ ଆରମ୍ଭ ହେଲା ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ; ଜାଣନ୍ତୁ ୧୨ ରାଶି ଉପରେ ପଡିବ କି ପ୍ରଭାବ, କିଏ ହେବେ ଭାଗ୍ୟଶାଳୀ..

- Advertisement -

ପଞ୍ଚମୀ ତିଥିରେ ମୁଗ କୋଳଥ ଧାନ ବିରି ପ୍ରଭୁତିକୁ ତତଲା କଡେଇରେ ଭାଜି ପୂର୍ବରୁ ନଦୀରୁ ଅଣାଯାଇ ଚାଙ୍ଗୁଡ଼ିରେ ଥିବା ବାଲିରେ ଗଜା ପକାଯିବ। ମାଆଙ୍କ ଏହି ଯାତ୍ରା ଅବସରରେ ନିଆଁରେ ଚାଲିବା, କଣ୍ଟା ଦୋଳିରେ ଝୁଲିବା ସହ ପ୍ରଭୁଙ୍କ ଖଣ୍ଡା ଗ୍ରାମ ପରିକ୍ରମା କରିବା ପରେ ବିସର୍ଜନ କରାଯିବ। ସୁରଙ୍ଗୀର ତତ୍କାଳୀନ ଜମିଦାର ରାଜାଙ୍କ ଦ୍ଵାରା ପ୍ରତିଷ୍ଠିତ ଦେବୀ କୁରେଇସୁଣିଙ୍କ ମହିମା ଅପାର ବୋଲି ପ୍ରବାଦ ରହିଛି। ଏହି ପୀଠରେ ଅପୁତ୍ରିକ ସନ୍ତାନ ପ୍ରାପ୍ତି ହେବା ସହ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ବୋଲି ମାନ୍ୟତା ରହିଛି। ପ୍ରତି ବର୍ଷ ଆଶ୍ୱିନ ମାସରେ ମାଆଙ୍କ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ଭିଡ ଲାଗିଥାଏ।

ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗରୁ ଭକ୍ତ ମାନେ ନିଜର ମାନସିକ ପୂରଣ ପାଇଁ ଏହି ପୀଠକୁ ଆସୁଛନ୍ତି। ଏହି ପୀଠକୁ ରାସ୍ତା ଘାଟ ନଥିବା ବେଳେ ପୂର୍ବରୁ ହିଂସ୍ରଜନ୍ତୁଙ୍କ ଭୟ ଲାଗି ରହୁଥିଲା। ଏପରିକି ପକ୍କା ରାସ୍ତାଟିଏ ନଥିବା ବେଳେ ପାନୀୟ ଜଳ ଏବଂ ରହିବା ସୁବିଧା ନଥିଲା। ପୀଠକୁ ଏବେ ପକ୍କା ରାସ୍ତା ବିଭିନ୍ନ ଦିଗରୁ ନିର୍ମାଣ କରାଯାଇଛି।

ଗଜପତି ଜିଲ୍ଲା ମହେନ୍ଦ୍ର ଗଡକୁ ପୀଠ ଠାରୁ ନୂତନ ପ୍ରଶସ୍ତ ରାସ୍ତା ସଂଯୋଗ ହୋଇଛି। ପୀଠ ନିକଟରେ ପୁରାଣ ବର୍ଣ୍ଣିତ (ଅମରକୋଷ) ବ।ହୁଦା ନଦୀରେ ବାଘଲଟି ଡ୍ୟାମ୍‌ ନିର୍ମାଣ ହେବ ଫଳରେ ପର୍ଯ୍ୟଟକମାନଙ୍କ ଭିଡ ବର୍ଷ ତମାମ ଲାଗି ରହୁଛି। ପର୍ଯ୍ୟଟକମାନେ ଦେବୀ ପୂଜା ସହ ଜଳଭଣ୍ଡାର ଦେଖି ବଣ ଭୋଜିର ମଜା ନେଇ ଥାଆନ୍ତି। ଏଥି ନିମନ୍ତେ ବର୍ଷର ଶୀତ ଦିନକୁ ଅପେକ୍ଷା କରି ସହସ୍ରାଧିକ ପର୍ଯ୍ୟଟକ, ସ୍କୁଲ ପିଲା ଦେବୀ ଦର୍ଶନ ସହ ବଣ ଭୋଜିର ମଜା ନେବାକୁ ଆସି ଥାଆନ୍ତି। ମନ୍ଦିର ଠାରୁ ଅଳ୍ପ ଦୂରରେ ଜଙ୍ଗଲ ରହିଛି। ପୂର୍ବରୁ ଏହି ଠାରେ ଥିବା ରାଜାଙ୍କ ଗଡର ଚିହ୍ନ ବର୍ଣ୍ଣ ହଜିଯାଇଛି। ଏବେ ପୂର୍ବରୁ ଥିବା ଗଡ଼ଖାଇର କିଛି ଅଂଶ ବାଉଁଶ ବୁଦା ଘୋଡେଇ ରହିଛି। ଏହିପୀଠକୁ ଆସିବାକୁ ହେଲେ ବ୍ରହ୍ମପୁର ଠାରୁ ସଡକ ପଥରେ ୬୭ କିଲୋମିଟର ଅଟେ।ସେହିପରି ରେଳଯୋଗେ ଆସିଲେ ଆନ୍ଧ୍ର ଇଚ୍ଛାପୁର ଠାରୁ ୩୯ କିଲୋମିଟର। ପ୍ରତିବର୍ଷ ମହାଷ୍ଟମୀ ବେଳେ ପ୍ରବଳ ଭିଡ ଲାଗି ରହେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories