ପାତ୍ରପୁର: ପାତ୍ରପୁର ବ୍ଲକ ପଦାଦିଗି ପଂଚାୟତ ନାରାୟଣପୁର ଗ୍ରାମରେ ଖାଦ୍ୟ ଅନ୍ବେଷଣ ପାଇଁ ଆସି କୂଅ ମଧ୍ୟରେ ଖସି ପଡ଼ିଥିବା ଦୁଇଟି ବାରହାଙ୍କୁ ଉଦ୍ଧାର କରାଯାଇଛି। ଶନିବାର ରାତିରେ ଖାଦ୍ୟ ଅନ୍ବେଷଣ ପାଇଁ ଆସିଥିବା ବେଳେ ଜଣେ ବ୍ୟକ୍ତିଙ୍କ ବାଡ଼ିପଟ କୂଅରେ ଦୁଇଟି ବାରହା ଖସି ପଡ଼ିଥିଲେ। ରବିବାର ସକାଳୁ ସେମାନଙ୍କ ପାଟିଶୁଣି ବନ ବିଭାଗକୁ ଖବର ଦେଇଥିଲେ। ଏହି ଖବର ଜଣାପଡ଼ିବା ପରେ ପାତ୍ରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଫାଶ ପକାଇ ରସି ସାହାଯ୍ୟରେ କୂଅ ମଧ୍ୟରୁ ଦୁଇ ବାରହାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସେମାନଙ୍କୁ ନିକଟସ୍ଥ ଜଙ୍ଗଲରେ ଛଡ଼ାଯାଇଛି। ଉଦ୍ଧାର କାର୍ଯ୍ୟରେ ସାମନ୍ତିଆପଲ୍ଲୀ ବନବିଭାଗ କର୍ମଚାରୀ ସହଯୋଗ କରିଥିଲେ। ଏହି ଗ୍ରାମ ନିକଟରେ ଜଙ୍ଗଲ ରହିଥିବା ବେଳେ ସନ୍ଧ୍ୟା ହେଲେ ଦଳ ଦଳ ହୋଇ ବାରହା ପଲ ଖାଦ୍ୟ ଅନ୍ବେଷଣ ପାଇଁ ଗାଁମୁହାଁ ହେଉଛନ୍ତି।
Popular Categories



