୧୨ ଫୁଟ ଲମ୍ବର ଅହିରାଜ ଉଦ୍ଧାର

ପାତ୍ରପୁର: ପାତ୍ରପୁର ବ୍ଳକ ଖାରିଆ ଗୁଡା ପଞ୍ଚାୟତ ସୁନ୍ଦର ବଲ୍ଭବ ଜଗଦଳପୁର ଗ୍ରାମରୁ ଗତ ରାତ୍ର ଏକ ୧୨ ଫୁଟ ଲମ୍ବର ଅହିରାଜ ସାପକୁ ଉଦ୍ଧାର କରା ଯାଉଛି। ସେହି ଗ୍ରାମର ପାହାଡ ନିକଟ ରେ ଥିବା ଦଳିତ ବସ୍ତିକୁ ଏକ ସାପ ନାକୋଇ ପାହାଡ଼ରୁ ଆସୁଥିବା ବେଳେ ବୁଲା କୁକୁର ମାନେ ଦେଖି ରଡ଼ି ଛାଡ଼ିଥିଲେ। ଏହା ପରେ ନିକଟରେ ରହୁଥିବା ଲୋକମାନେ ଦେଖିବା ସହ ସାପ ଧରାଳିକୁ ଖବର ଦେଇଥିଲେ। ଏହାପରେ ଉଦ୍ଧାରକାରୀ ଟିମ ପହଞ୍ଚି ସାପ ଟିକୁ ଧରି ଥିଲେ। ଉଦ୍ଧାର ଅହିରାଜ ସାପଟିକୁ ସୁରକ୍ଷିତ ଭାବେ ନେଇ ଜଙ୍ଗଳ ମଧ୍ୟରେ ଛଡା ଯାଇ ଥିଲା ସୂଚନା ମିଳିଛି।

Comments are closed.