www.samajalive.in
Sunday, December 7, 2025
26.1 C
Bhubaneswar

ନାଟକ ଦେଖିବାବେଳେ ଅଘଟଣ; ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ଆହତ

ପାତ୍ରପୁର: ପାତ୍ରପୁର ବ୍ଳକ ପଦାଦିଗି ପଂଚାୟତ ନୂଆଁପେଣ୍ଠ ଗ୍ରାମରେ ନାଟକ ଦେଖୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ପାଞ୍ଚ ଜଣ ଛାତ୍ର ଆହତ ହୋଇଛନ୍ତି।ସମସ୍ତ ଆହତମାନଙ୍କୁ ୧୦୮ଯୋଗେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ଆହତ ମାନେ ହେଲେ ଶ୍ରୀତମ ପାଣିଗ୍ରାହୀ(୧୦), ଆଶିଷ ପାଣିଗ୍ରାହୀ(୧୮), ଶୁଭମ ପାଣିଗ୍ରାହୀ(୧୮), ଦେବରାଜ ସାବତ(୯) ଏବଂ ସତ୍ୟସାଇ ଚୌଧୁରୀ(୧୧)। ନୂଆପେଣ୍ଠ ବିଦ୍ୟାଳୟ ନିକଟରେ ଗଣେଷ ପୂଜା ପାଇଁ ଗତ ରାତିଠାରୁ ମହାଭାରତ ନାଟକ ପରିବେଷଣ ହେଉଥିଲା। ଏହି ସମୟରେ ଯାତ୍ରା ପେଣ୍ଡାଲ ଉପର ଦେଇ ଯାଇଥିବା ଏକ ବିଦ୍ୟୁତ ତାର କୌଣସି କାରଣରୁ ଛିଣ୍ଡି ପଡ଼ି ପେଣ୍ଡାଲର ଲୁହାଗ୍ରୀଲ ଉପରେ ପଡି ଯାଇଥିଲା । ତଳେ ନାଟ ଦେଖୁଥିବା ଜଣେ ପିଲା ଏହି ଲୁହାକୁ ଲାଗି ଯିବା ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା। ଏହାପରେ ଅନ୍ୟ ପିଲାମାନେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ତେବେ ପ୍ରାଥମିକ ଚିକିତ୍ସାପରେ ସବୁ ପିଲା ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories