www.samajalive.in
Sunday, December 7, 2025
23.1 C
Bhubaneswar

ମାଙ୍କଡ଼ ବୋଝେଇ ଅଟୋ ଜବତ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ପାତ୍ରପୁର: ଆନ୍ଧ୍ର ପ୍ରଦେଶର ଏକ ଗ୍ରାମରୁ ମଙ୍ଗଳବାର ଏକ ଅଟୋ ଯୋଗେ ବସ୍ତାରେ ମାଙ୍କଡ଼ ଭର୍ତ୍ତିକରି ନେଉଥିବା ଅଭିଯୋଗରେ ଅଟକ ଦୁଇ ଯୁବକଙ୍କୁ ଜଙ୍ଗଲ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦୁଇଜଣ ହେଲେ ଆନ୍ଧ୍ର ଏଳୁରୁ ମଣ୍ଡଳ ଚଞ୍ଚଳ କଲୋନୀର ରମେଶ ସିଂ(୨୦) ଏବଂ ଶ୍ରୀକାକୁଲମ ଜିଲ୍ଲା ମୁନିଷୀପାଲ କାର୍ଯ୍ୟାଳୟ ନିକଟର ପୁସଲା ନାଗରାଜୁ(୨୩)।

ଗତକାଲି ରାତିରେ ଏହି ଦୁଇଜଣ ଏକ ଅଟୋ ଯୋଗେ ଅମାନୁଷିକ ଭାବେ ବସ୍ତାରେ ମାଙ୍କଡ଼ ବୋଝେଇ କରି ତୁମ୍ବା ଆଡକୁ ଯାଉଥିବା ବେଳେ ଜରଡ଼ା ଛକରେ ମାଙ୍କଡ଼ମାନଙ୍କ ରଡ଼ି ଶୁଣି ସ୍ଥାନୀୟ ଲୋକେ ସନ୍ଦେହରେ ଗାଡ଼ିକୁ ଅଟକାଇଥିଲେ। ଏହି ସମୟରେ ମାଙ୍କଡ଼ମାନଙ୍କୁ ଆଠଟି ବସ୍ତାରେ ମୁହଁ ବାନ୍ଧି ରଖା ଯାଇଥିବା ଜାଣିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ଏହାପରେ ବନବିଭାଗକୁ ଖବର ଦେବା ପରେ ବନବିଭାଗ କର୍ମଚାରୀମାନେ ପହଞ୍ଚି ଅଟୋଟିକୁ ସାମନ୍ତିଆ ପଲ୍ଲୀ କାର୍ଯ୍ୟାଳୟକୁ ନେଇଥିଲେ। ଆଠଟି ବସ୍ତାରେ ବାର ଗୋଟି ମାଙ୍କଡ଼ ଥିବା ବେଳେ ଦଶଟି ମାଙ୍କଡଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ରେଞ୍ଜର ମନୋଜ କୁମାର ପାତ୍ର କହିଛନ୍ତି। ମୃତ ମାଙ୍କଡ଼ମାନଙ୍କ ଶବବ୍ୟବଚ୍ଛେଦ ପରେ ଗାତଖୋଳି ପୋତି ଦିଆଯାଇଛି। ଏହି ଘଟଣାରେ ଅଟୋ ସହିତ ମାଙ୍କଡ଼ ଧରିବା ପାଇଁ ବ୍ୟବହାର କରୁଥିବା ଜାଲ ଜବତ କରାଯାଇଛି। ଆନ୍ଧ୍ର ଭୈରପୁର ଗ୍ରାମରୁ ଏହି ମାଙ୍କଡ଼ ଧରି ତୁମ୍ବା ଜଙ୍ଗଲରେ ଛାଡ଼ିବା ପାଇଁ ନେଉଥିବା ଅଭିଯୁକ୍ତମାନେ ପ୍ରକାଶ କରିଛନ୍ତି। ଏପରିକି ସେହି ଅଂଚଳର କିଛି ଲୋକଙ୍କ ପାଖରୁ ଆର୍ଥିକ ସହାୟତା ପାଇ ବିଭିନ୍ନ ସମୟରେ ମାଙ୍କଡ଼ ଧରି ଓଡ଼ିଶାର ଜଙ୍ଗଲରେ ଛାଡୁଥିବା ଅଭିଯୁକ୍ତମାନେ ପ୍ରକାଶ କରିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories