www.samajalive.in
Sunday, December 7, 2025
23.1 C
Bhubaneswar

ଓଲଟିଲା ଆମ୍ବୁଲାନ୍ସ : ଦୁର୍ଘଟଣାସ୍ଥଳରେ ପ୍ରସବ,ଶିଶୁକନ୍ୟା ମୃତ

ପାଟଣା : ପାଟଣା ଡାକ୍ତରଖାନାରେ ଚାକୁଣ୍ଡାପାଳ ଗ୍ରାମର ବଦୁନି ମୁଣ୍ଡା(୨୫) ସନ୍ତାନ ପ୍ରସବ ପାଇଁ ଭର୍ତ୍ତି ହୋଇଥିବାବେଳେ ତାଙ୍କୁ ଜଟିଳ ପରିସ୍ଥିତି ପାଇଁ ୧୦୨ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଡାକ୍ତରଖାନାକୁ ପଠାଯାଇଥିଲା। ହେଲେ କୌଣସି କାରଣରୁ ୧୦୨ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ ହୋଇ ସେଠାରେ ଓଲଟି ପଡ଼ିଥିଲା। ପରେ ଗର୍ଭବତୀ ମହିଳା ଜଣକ ଗାଡ଼ିରୁ ପଡ଼ିଯିବା ସହ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ। ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।
କରଞ୍ଜିଆ ଅଭିମୁଖେ ଯାଉଥିବା ଏହି ଆମ୍ବୁଲାନ୍ସ କୌଣସି କାରଣରୁ ପାଟଣା-ସାହାରପଡା ମଧ୍ୟସ୍ଥ ତିଳବେଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିପଡ଼ିଥିଲା। ଦ୍ରୁତଗତିରେ ଯାଉଥିବା କାରଣରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ମଙ୍ଗଳବାର ସନ୍ଧ୍ୟା ସାଢେ ୬ଟା ସମୟରେ ଏହି ଘଟଣା ଘଟିଥିବା ସମୟରେ ଗର୍ଭବତୀଙ୍କ କୌଣସି କ୍ଷତି ହୋଇ ନଥିବା ଜଣାପଡ଼ିଛି। ପରେ ସେ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ। ଖବର ପାଇ ସାହାରପଡା ଓ ପାଟଣାରୁ ଦମକଳ ବାହିନୀ ଓ ପାଟଣା ଥାନା ଅଧିକାରିଣୀ ଘଟଣାସ୍ଥଳରେ ପହଞ୍ଚି ୧୦୮ଆମ୍ବୁଲାନ୍ସ ମାଧ୍ୟମରେ ମେଡିକାଲ ପଠାଇଥିଲେ। ତେବେ ମା’ ସୁସ୍ଥ ଥିବା ବେଳେ ଡାକ୍ତରଖାନାରେ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories