www.samajalive.in
Monday, December 15, 2025
24.1 C
Bhubaneswar

କୁଡୁମି ସମ୍ପ୍ରଦାୟର ଗୋଠବାନ୍ଦନା ପରବ ସରିଲା

ପାଟଣା: କୁଡୁମୀ ସମ୍ପ୍ରଦାୟର ବାନ୍ଦନା ପରବର ପ୍ରଥମ ଦିନକୁ ଗୋଠ ବାନ୍ଦନା ବା ଗୋଠାନ୍ ପୂଜା କୁହାଯାଇଥାଏ। ଗ୍ରାମର ଦେହୁରୀ ନଅ ଖଣ୍ଡ ଖନ୍ଦା ତିଆରି ଚାଉଳ ଓ ସିନ୍ଦୁର ଦେଇ ପ୍ରକୃତିର ଦେବାଦେବୀଙ୍କୁ ଆରାଧନା କରିଥାଏ। ଗ୍ରାମର ସମସ୍ତ ଗାଈ ଓ ବଳଦକୁ ଖନ୍ଦାରେ ଥିବା ଅଣ୍ଡାକୁ ମଡାଯାଇଥାଏ। ଯାହାର ଗାଈ କିମ୍ବା ଗୋରୁ ସେହି ଅଣ୍ଡାକୁ ମାଡ଼ିଲା ତାକୁ ସେ ବର୍ଷର ଭାଗ୍ୟବାନ ଚାଷୀ ହିସାବରେ ବିବେଚନା କରାଯାଇଥାଏ। ଯାହାର ଗାଈ କିମ୍ବା ଗୋରୁ ଅଣ୍ଡାକୁ ମାଡ଼ିଲା ତାଙ୍କ ଘରକୁ ପ୍ରଥମେ ଧେଙ୍ଗୁଆଁନ ଯିବାର ପରମ୍ପରା ରହିଛି।

ଆଖଳାକୁ ଆସିଥିବା ଛୋଟ କୁକୁଡ଼ାକୁ ପୂଜା କରାଯାଇ ସେଥିରେ ଚୁନା ମିଶାଇ ଲେଟ ପ୍ରସ୍ତୁତ କରାଯାଇଥାଏ। ଏହାକୁ ଖାଇ ସାରିଲା ପରେ ଧେଙ୍ଗୁଆନ ଆରମ୍ଭ ହୋଇଥାଏ। ପ୍ରଥମେ ଭାଗ୍ୟବାନ ଚାଷୀଙ୍କ ଘରକୁ ଗଲା ପରେ ଦେହୁରୀ ଘରକୁ ଏବଂ ପରେ ଗ୍ରାମ ର ସମସ୍ତ ଘରକୁ ଧେଙ୍ଗୁଆନ ଦଳ ରାତି ସାରା ଯାଇଥାନ୍ତି। ଗୋଠରୁ ଗାଈ, ଗୋରୁ, ପଣ୍ଡା ଓ ମଇଁଷିକୁ ଆଣି ଘରକୁ ଭର୍ତ୍ତି କରିବା ପୂର୍ବରୁ ଦ୍ୱାରରେ କାଞ୍ଚିଦିଓରି ଦେବାର ପରମ୍ପରା ରହିଛି। ବିଲରୁ ମଣଦା ଘାସ ଆଣି କପା ତୁଳା ଓ ଘିଅ ଦେଇ କାଞ୍ଚି ଦିୱାରୀ ପ୍ରସ୍ତୁତ କରାଯାଇଥାଏ। ଆଜି କେନ୍ଦୁଝର ଜିଲ୍ଲାର କୁଡୁମୀ ଅଧ୍ୟୁଷିତ ବିଭିନ୍ନ ଗ୍ରାମରେ ବାନ୍ଦନା ପରବ ଉଲ୍ଲାସର ସହ ପାଳିତ ହୋଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories