www.samajalive.in
Monday, December 15, 2025
14.1 C
Bhubaneswar

ଧାମରା ୮ ପଞ୍ଚାୟତରେ ହେବ ଚାରା ରୋପଣ, ସହାୟତା ଲୋଡିଲେ ପ୍ରକୃତିପ୍ରେମୀ ଶରତ

ଧାମରା: ୧୯୭୧ ପ୍ରଳୟଙ୍କରୀ ବାତ୍ୟା, ୧୯୯୯ରେ ମହାବାତ୍ୟା, ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡହୁଡ, ୨୦୧୮ରେ ତିତଲି, ୨୦୧୯ରେ ଫନି ଓ ବୁଲବୁଲ, ୨୦୨୦ରେ ଅମ୍ପାନ ଏବଂ ୨୦୨୧ରେ ୟାଶ ଏବଂ ଗୁଲାବ ବାତ୍ୟା ଧାମରା, ବାଂଶଡା, ଜାଗୁଳା, ଦୋସିଙ୍ଗା, କଇଥଖୋଲା, କରଞ୍ଜମାଳ, କରଣପଲ୍ଲୀ ଏବଂ ପଂଚୁଟିକ୍ରି ପଂଚାୟତ ତଥା ଉପକୂଳ ଅଞ୍ଚଳମାନଙ୍କରେ ବ୍ୟାପକ ଧନଜୀବନ ଏବଂ ଅଞ୍ଚଳରେ ଥିବା ବହୁ ବୃକ୍ଷରାଜି ଗୁଡିକ ନଷ୍ଟ ହୋଇଯାଇଥିଲା। ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପରିବେଶକୁ ସନ୍ତୂଳିତ ରଖିବା ପାଇଁ କେହି ଆଗଭର ହୋଇ ନଥିବା ବେଳେ ଧାମରା ଅଞ୍ଚଳର ପ୍ରକୃତିପ୍ରେମୀ ଶରତ ଦଳେଇ ଧାମରା ୮ପଞ୍ଚାୟତ ତଥା ଉପକୂଳ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବାକୁ ସ୍ଥିର କରିଛନ୍ତି।

 

- Advertisement -

ଏଥିପାଇଁ ପ୍ରଥମ ପଦକ୍ଷେପ ସ୍ୱରୂପ ସେ ପ୍ରତି ପଞ୍ଚାୟତରେ ୧୦ ହଜାର କରି ୮ଟି ପଞ୍ଚାୟତରେ ୮୦ହଜାର ବୃକ୍ଷ ରୋପଣ କରିବେ। ଏହି ବୃକ୍ଷ ରୋପଣ ପାଇଁ ସହାୟତା ଲାଗି ସେ ଧାମରା ବନ୍ଦର(ଅଦାନୀ) କର୍ତ୍ତୃପକ୍ଷଙ୍କ ସାହାଯ୍ୟ ଲୋଡିଛନ୍ତି। ଏଥିସହ ଧାମରା ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ୮୦ହଜାର ଚାରା ଯୋଗାଇ ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି ବୋଲି ଶରତ ଦଳେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ସେ ସମସ୍ତ ପଞ୍ଚାୟତରେ ଗୋଟିଏ ଗୋଟିଏ କମିଟି ଗଠନ କରି ସେ ନିଜେ ଏହି ଦାୟିତ୍ୱ ନେଇ ବ୍ୟାପକ ଚାରା ରୋପଣ କାର୍ଯ୍ୟ ଆରମ୍ଭ କରିବେ ବୋଲି ଜଣାଯାଇଛି। ଏହା ଫଳରେ ଆଗାମୀ ଦିନରେ ଉପକୂଳ ତଥା ଧାମରା ୮ପଞ୍ଚାୟତରେ ପରିବେଶ ସନ୍ତୁଳିତ ରହିବା ସହ ଜଳବାୟୁ ପରିବର୍ତ୍ତନରେ ଏହି ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସାହାରା ହୋଇ ପାରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories