www.samajalive.in
Tuesday, December 9, 2025
19.1 C
Bhubaneswar

ବାରହା ଶିକାର ପରେ ମାଂସ ବିକ୍ରୀ ଅଭିଯୋଗ, ୪ ଗିରଫ

ପାଟଣା:ପାଟଣା ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରୁ ବାରହା ଶିକାର ପରେ ଏହାର ମାଂସ ବିକ୍ରୀ ଅଭିଯୋଗରେ ପାଟଣା ବନବିଭାଗ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା ଗ୍ରାମର ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ ଜଣ ହେଲେ ଗ୍ରାମର ରାଉତ ମୁଣ୍ଡା (୨୫), ଯଦୁମଣି ମୁଣ୍ଡା (୨୨), ଭୀମ ମୁଣ୍ଡା (୪୨) ଓ କରୁଣା ମୁଣ୍ଡା (୩୫) ବୋଲି ଜଣାପଡିଛି।

ଖବରରୁ ପ୍ରକାଶ ଯେ ବୁଧବାର ପାଟଣା ବନବିଭାଗକୁ ଗୁପ୍ତ ସୂଚନା ମିଳିଥିଲା। ଆଧାରରେ ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର, ଉପବନାଞ୍ଚଳ ଅଧିକାରୀ ଅମୂଲ୍ୟ କୁମାର ସେନାପତି, ପାଟଣା ବନପାଳ ପିଅନ ନାଏକ, ବନରକ୍ଷୀ ଦେବଯାନୀ ମହାନ୍ତ ପ୍ରମୁଖ ବନବିଭାଗ ପାରା କର୍ମଚାରୀମାନେ ବଣମହୁଲଡିହା ଗ୍ରାମର ନିର୍ଦ୍ଧିଷ୍ଟ ସ୍ଥାନରେ ଚଢାଉ କରିଥିଲେ। ଚଢାଉ ସମୟରେ ବିକ୍ରି ହେବାକୁ ଥିବା ବାରହା ମାଂସକୁ ସେମାନେ ଜବତ କରିବା ସହ ଏହାକୁ ବିକୁଥିବା ରାଉତ ମୁଣ୍ଡାକୁ ଧରିଥିଲେ। ତେବେ ରାତି ହୋଇଯାଇ ଥିବାରୁ ଅନ୍ୟମାନେ ଫେରାର ଥିବାବେଳେ ଆଜି ବନବିଭାଗ ପୁଣି ଚଢାଉକରି ଅନ୍ୟ ୩ ଜଣଙ୍କୁ ଗିରଫ କରିଛି। ଏମାନେ ଜଙ୍ଗଲରୁ ଏକ ବଡ ବାରହା ଶିକାର କରି ଏହାର ମାଂସ ବିକ୍ରି କରୁଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories