ଉଦୟପୁରର ପ୍ରହଲ୍ଲାଦ ନାଏକଙ୍କ ଜୀବନ ନେଲା ବଜ୍ରପାତ, ସିଲିଦା ଗ୍ରାମରେ ଗାଈବାଛୁରୀ ସହ ବଳଦ ମୃତ

ପାଟଣା:ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ଉଦୟପୁର ଗ୍ରାମର ପ୍ରହଲ୍ଲାଦ ନାଏକ(୫୮)ଙ୍କର କାଳବୈଶାଖୀ ସମୟରେ ବଜ୍ରପାତରେ ମୃତ୍ୟୁ ଘଟିଛି। ସେ ରୋଷେଇ ଘରେ ବସିଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା। ପରିବାର ଲୋକେ ତାଙ୍କୁତୁରନ୍ତ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି ଏବଂ ମୃତଦେହକୁ ବ୍ୟବଛେଦ ପରେ ତାଙ୍କ ମର ଶରୀର ପରିବାରକୁ ହସ୍ତାନ୍ତର କରାଯାଇଛି ବୋଲି ଥାନାଧିକାରୀ ମନୋରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

prayash

ସେହିପରି ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ସିଲିଦା ଗ୍ରାମରେ ବଜ୍ରପାତରେ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଗାରଡ଼ିଆଙ୍କର ଗୋଟିଏ ଗାଇ ସହିତ ବାଛୁରୀର ମୃତ୍ୟୁ ଘଟିଛି। ସେହିପରି ଟୁନା ପରିଡାଙ୍କ ଗୋଟିଏ ବଳଦ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ଘର ଉପରକୁ ମଧ୍ୟ ବିଜୁଳି ମାରିବାରୁ ତାଙ୍କ ଘରର ବିଦ୍ୟୁତ୍ ମିଟର ବାକ୍ସଟି ପୋଡ଼ି ଯାଇଛି। ଖବର ପାଇ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ଯୋଗେନ୍ଦ୍ର ନାଏକ ଓ ପ୍ରାଣୀ ଚିକିତ୍ସା ସହାୟକ ଅମିନ ମହାନ୍ତ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ କରିଛନ୍ତି। ଅନ୍ୟ ପକ୍ଷରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ପୋଡ଼ା ମିଟର ବଦଳରେ ନୂତନ ମିଟର ଯୋଗାଇ ଦିଆଯିବ ବୋଲି କହିଛନ୍ତି। ସେହିପରି ଚେମଣା ଗ୍ରାମର ଧ୍ୟାନଚନ୍ଦ୍ର ମହାନ୍ତ ଘର ଉପରକୁ ବଜ୍ରପାତ ପ୍ରଭାବରେ ବିଦ୍ୟୁତ୍ ମିଟର ବାକ୍ସ, ପଙ୍ଖା, ଫ୍ରିଜ, ଲାଇଟ, ପୋଡ଼ି ଯାଇଛି।

kalyan agarbati

Comments are closed.