www.samajalive.in
Tuesday, December 9, 2025
17.1 C
Bhubaneswar

ରାତିରେ ମାଲିକଶୋଇଥିବାବେଳେ ପଶି ଆସିଲା ବିଷଧର ସାପ, ବଞ୍ଚାଇଲା ପୋଷା କୁକୁର

ପାଟଣା:ଘରକୁ ଜଗିବା ଓ ବିପଦରୁ ରକ୍ଷା କରିବା ପାଇଁ ଲୋକେ କୁକୁରକୁ ପୋଷା ଭାବେ ଗ୍ରହଣ କରିଥାନ୍ତି। କୁକୁର ମଧ୍ୟ ଦିନରାତି ପ୍ରହରା ଦେଇ ମାଲିକଙ୍କୁ ସୁରକ୍ଷା ପ୍ରଦାନ କରିଥାଏ। ତେବେ ଗୋଟିଏ ବିଷଧର ସାପ ଘରଭିତରକୁ ପଶି ଆସିଥିବାବେଳେ ମାଲିକଙ୍କୁ ସେହି ସାପ କବଳରୁ ରକ୍ଷା କରିଥିଲା ତାଙ୍କ ପୋଷା କୁକୁର। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ଅନ୍ତର୍ଗତ କାଶିବେଡା ଗ୍ରାମରେ । ଗ୍ରାମର ଦଶରଥ ବାରିକ ଗତ ରାତିରେ ଘରେ ଶୋଇଥିବା ବେଳେ ତାଙ୍କର ପୋଷା କୁକୁର ମଧ୍ୟ ନିକଟରେ ଶୋଇଥିଲା। ରାତି ଅଧରେ ଏକ ବଡ ବିଷାକ୍ତ ରଣା ସାପ ବିଛଣା ଆଡ଼କୁ ଆସୁଥିବାର ଦେଖି ପୋଷା କୁକୁର ଖୁବ୍‌ ଜୋରରେ ଭୁକିବା ସହ ସାପଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା। କୁକୁର ଭୁକିବା ଶବ୍ଦ ଶୁଣି ଦଶରଥ ଉଠି ଦେଖିବା ବେଳକୁ ଏକ ବିରାଟ ରଣା ସାପ ବିଛଣା ଆଡ଼କୁ ଆସୁଛି। ମାଲିକ ସଙ୍ଗେସଙ୍ଗେ ଉଠିପଡ଼ି ସାହିପଡ଼ିଶାଙ୍କୁ ଉଠାଇଥିଲା ଏବଂ କୁକୁର ଯୋଗୁ ତାଙ୍କ ଜୀବନ ରକ୍ଷା ପାଇଯାଇଥିଲା। ଏଥିସହ କୁକୁରକୁ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି। ତେବେ ଘର ଭିତରେ ରଣା ସାପଟିକୁ ଲୋକମାନେ ମାରିଦେଇଥିବା ଜଣାପଡିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories