ପାଟଣା: ଢେଙ୍କିକୋଟ ୨୨୦ ନଂ ଜାତୀୟ ରାଜପଥ ପାର୍ଶ୍ବ ଟୋଲ ଫାଟକ ନିକଟ ଏକ ଘରୁ ଗୋଟିଏ ନାଗ ସାପ ଉଦ୍ଧାର କରାଯାଇଛି। ସାପ ଧରାଳି ନାଦିର ଅନସାରୀ ଏହି ନାଗ ସାପକୁ ଉଦ୍ଧାର କରିଛନ୍ତି। ଦୀପକ କୁମାର ନାମକ ଜଣେ ବ୍ୟକ୍ତି ଏହି ଭଡାଘରେ ରହୁଥିଲେ। ଦୀପକ ଘରକୁ ଫେରିବା ପରେ ଘରେ ନାଗସାପ ଥିବା ଜାଣିପାରିଥିଲେ। ଏହାପରେ ସେ ସାପ ଧରାଳି ନାଦିରଙ୍କୁ ଖବର ଦେଇଥିଲେ। ଖବର ପାଇବା ପରେ ନାଦିର ଘଟଣା ସ୍ଥଳରେ ପହଞ୍ଚି ନାଗ ସାପଟିକୁ ଉଦ୍ଧାର କରିଥିଲେ। ଆଜି ସାପଟିକୁ ଘଞ୍ଚ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।
Popular Categories



