www.samajalive.in
Tuesday, December 9, 2025
15.1 C
Bhubaneswar

ଅଭିଯୁକ୍ତକୁ ଥାନା ଭିତରେ ଥାର୍ଡ ଡିଗ୍ରୀ ଘଟଣାକୁ ନେଇ ପାଟଣାରେ ଜୋରଦାର ଚର୍ଚ୍ଚା

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନାଧିକାରିଣୀ ସନ୍ଧ୍ୟାରାଣୀ ଜେନାଙ୍କ ଦ୍ୱାରା ଥାନା ଭିତରେ ତାଳସରୁଆ ଗ୍ରାମର ଚିତ୍ତରଞ୍ଜନ ମହାନ୍ତ ଓରଫ୍ ରାଜୁ ମହାନ୍ତ(୨୨) ନାମକ ଜଣେ ଯୁବକଙ୍କୁ ଲାଠିରେ ପ୍ରବଳ ମାଡ ଓ ଗୋଇଠା ମାରିବା ଘଟଣାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓଟି ମାର୍ଚ୍ଚ ମାସର ବୋଲି ଜଣାପଡିଛି । ଥାନାଧିକାରିଣୀ ଆଇନର ରକ୍ଷକ ହୋଇ ଯୁବକଙ୍କୁ ଅକଥନୀୟ ମାଡ଼ ମାରିବା ଘଟଣାକୁ ସାଧାରଣରେ ନିନ୍ଦା କରାଯିବା ସହ ପାଟଣା ଥାନା ଇତିହାସରେ ଏହି ଘଟଣା କଳାଦାଗ ଲଗାଇଛି ବୋଲି ପାଟଣାର ବହୁ ବୁଦ୍ଧିଜୀବି ଓ ରାଜନୈତିକ ଦଳର ପ୍ରତିନିଧି କ୍ଷୋଭର ସହ କହିଛନ୍ତି।

ସୂଚନା ଅନୁସାରେ, ପାଟଣା ଥାନା ତାଳସରୁଆ ଗ୍ରାମର ରାଜୁ ମହାନ୍ତ, ତାଙ୍କ ବାପା ଓ ଜେଜେବାପା ତିନି ଜଣ ମିଶି ଜମିଜମା ବିବାଦରୁ ତାଙ୍କର ସମ୍ପର୍କୀୟ ଲକ୍ଷ୍ମୀଧର ମହାନ୍ତ (୫୨)ଙ୍କୁ ପ୍ରବଳ ମାଡମାରି ଥିଲେ। ପରେ ସେ ମରିଗଲା ଭାବି ଏକ ଧଳା ଚାଦର ଢଙ୍କାଇ ଫେରାର ହୋଇଯାଇଥିଲେ। ମାତ୍ର ପରେ ପାଟଣା ପୁଲିସ ରାଜୁ ମହାନ୍ତ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣା ମାର୍ଚ୍ଚ ଶେଷ ସପ୍ତାହରେ ଘଟିଥିଲା। ତେବେ ଲକ୍ଷ୍ମୀଧର ମହାନ୍ତଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ରାଜୁ ମହାନ୍ତଙ୍କୁ ପୁଲିସ ଥାନାକୁ ଆଣି ମାଡ ମାରିଥିବା ଭିଡିଓରୁ ସ୍ପଷ୍ଟ ହୋଇଛି । ସୋମବାର ଅପରାହ୍ନରେ ଘଟଗାଁ ଏସଡିପିଓ ରବିନ୍ଦ୍ର ମଲ୍ଲିକ ପାଟଣା ଥାନାକୁ ଯାଇ ଯୁବକଙ୍କୁ ମାଡମରା ଘଟଣାର ସବିଶେଷ ତଦନ୍ତ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories