www.samajalive.in
Sunday, December 7, 2025
23.1 C
Bhubaneswar

କେନ୍ଦୁଝର ଜିଲ୍ଲା ପରିବହନ ବିଭାଗ ଆନୁକୂଲ୍ୟରେ ପଥପ୍ରାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣା : କେନ୍ଦୁଝର ଜିଲ୍ଲା ପରିବହନ ବିଭାଗ ଆନୁକୂଲ୍ୟରେ ସାହାରପଡା ଛକ ନିକଟରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ସାହାରପଡା ସ୍ଥିତ ମା’ ଭବାନୀ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରର ସହଯୋଗରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ଚେତନା ସଂସ୍ଥାର କଳାକାରମାନଙ୍କ ଦ୍ୱାରା ସଡ଼କ ସୁରକ୍ଷା ସଂପର୍କିତ ସଚେତନତା ପାଇଁ ପଥପ୍ରାନ୍ତ ନାଟକ ଓ ନାଟ୍ୟ କାର୍ୟ୍ୟକ୍ରମ ପରିବେଷିତ ହୋଇଥିଲା। ଚେତନା ସଂସ୍ଥାର ମାନସ ପାଢ଼ୀଙ୍କ ନେତୃତ୍ୱରେ କଳାକାର ରଞ୍ଜନ ସାମଲ, ଚକ୍ରଧର ସେଠି, ଚିନ୍ମୟ ଛାଟୋଇ, ତ୍ରିଲୋଚନ ସାହୁ, ବିଜୟ ମଲ୍ଲିକ, ବିନୋଦିନୀ ବିଶ୍ୱାଳ, ମାନସୀ ପୃଷ୍ଟି ଏବଂ ଲିଜା ପଟ୍ଟନାୟକ ଏହି ନୃତ୍ୟ ଓ ନାଟ୍ୟ କାର୍ୟ୍ୟକ୍ରମରେ ସାମିଲ ହୋଇ ଉପସ୍ଥିତ ଶତାଧିକ ଦର୍ଶକଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ଏହି କାର୍ୟ୍ୟକ୍ରମରେ ମା ଭବାନୀ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠାତା ଅଶୋକ କୁମାର ମହାନ୍ତ ଓ ନିର୍ଦେଶକ ଅଜୟ କୁମାର ପ୍ରଧାନ ପ୍ରତ୍ୟକ୍ଷ ଭାବେ ସହଯୋଗ ପ୍ରଦାନ କରିଥିଲେ । ସେହିପରି ପିପିଳିଆ ଛକରେ ମଧ୍ୟ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ପଥ ପ୍ରାନ୍ତ ସଡକ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories