www.samajalive.in
Monday, December 15, 2025
14.1 C
Bhubaneswar

ପିତୃତ୍ୱ ଛୁଟି ଦେଉ ନ ଥିବା ୯୦ଟି ଦେଶ ତାଲିକାରେ ଭାରତ

ଜାତିସଂଘ :  ପ୍ରଥମଥର ଲାଗି ପିତୃତ୍ତ୍ୱ ଲାଭ କରୁଥିବା କର୍ମଚାରୀଙ୍କୁ ପିତୃତ୍ୱ ଛୁଟି ପ୍ରଦାନ କରିବାର ବ୍ୟବସ୍ଥା ନ ଥିବା ୯୦ଟି ରାଷ୍ଟ୍ରଙ୍କ ତାଲିକାରେ ଭାରତର ନାମ ରହିଛି। ଏକ ଅନୁସନ୍ଧାନ ପରେ ୟୁନିସେଫ୍‍ ପକ୍ଷରୁ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଏଠାରେ ନବଜାତ ଶିଶୁର ଦେଖାଶୁଣା ନିମନ୍ତେ ପିତାମାନଙ୍କୁ ପେଡ୍‍ ଲିଭ୍‍ ବା ଦରମା ନ କାଟି ଛୁଟି ପ୍ରଦାନ ଲାଗି କୌଣସି ଆଇନଗତ ବ୍ୟବସ୍ଥା ଅଥବା ଜାତୀୟ ନୀତି ପ୍ରଶୟନ କରାଯାଇ ନାହିଁ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ ନବଜାତ ଶିଶୁର ଯତ୍ନ ନେବାରେ ମା’ଙ୍କ ଭଳି ପିତାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଜୀବନର ପ୍ରାରମ୍ଭରୁ ପିତାଙ୍କ ସହିତ ସକରାତ୍ମକ ଭାବ ଆଦାନପ୍ରଦାନ ଦ୍ୱାରା ଶିଶୁର ହ୍ରୁତ ମାନସିକ ବିକାଶ ହୁଏ। ଶିଶୁଟି ସ୍ୱାଭିମାନୀ ହେବା ସହିତ ସାରା ଜୀବନ ଆତ୍ମସନ୍ତୁଷ୍ଟି ଲାଭ କରିଥାଏ। ଏଣୁ ନବଜାତକ ଶିଶୁ ନିକଟରେ ମା’ ପରି ପିତାଙ୍କ ଉପସ୍ଥିତି ମଧ୍ୟ ନିତାନ୍ତ ଆବଶ୍ୟକ ବୋଲି ଗବେଷଣାରୁ ଜଣାପଡିଛି। ମାତ୍ର ବିଶ୍ୱର ୯୦ନିୟୁତ ଶିଶୁ (ଏକ ବର୍ଷରୁ କମ୍‍ ବୟସ୍କ) ଏଭଳି ଦେଶରେ ବାସ କରୁଛନ୍ତି, ଯେଉଁଠାରେ ଗୋଟିଏ ଦିନ ମଧ୍ୟ ଦରମା ନ କାଟି ପିତୃତ୍ତ୍ୱ ଛୁଟି ପ୍ରଦାନ କରାଯାଇ ନ ଥାଏ। ଭାରତ ଏବଂ ନାଇଜେରିଆରେ ବିଶ୍ୱର ସବୁଠାରୁ ବେଶୀ ନବଜାତ ଶିଶୁ ଥିବାବେଳେ ପିତାମାନେ ଜନ୍ମ ସମୟରୁ ଶିଶୁର ଯତ୍ନ ପାଇଁ ପର୍ଯ୍ୟାପ୍ତ ସମୟ ପାଆନ୍ତି ନାହିଁ। ଅବଶ୍ୟ ଭାରତ ସରକାରଙ୍କ ପକ୍ଷରୁ ପିତୃତ୍ତ୍ୱ ଲାଭ ସୁବିଧା ପ୍ରଦାନ ସମ୍ବନ୍ଧୀୟ ଏକ ବିଧେୟକ ସଂସଦର ଆଗାମୀ ଅଧିବେଶନରେ ଉପସ୍ଥାପନ କରାଯିବା ଯୋଜନା ରହିଛି। ଏହା ମଞ୍ଜୁର ହେଲେ ଦେଶରେ ତିନି ମାସ ପର୍ଯ୍ୟନ୍ତ ପିତୃତ୍ତ୍ୱ ଛୁଟି ପ୍ରଦାନ କରାଯିବ। ତେବେ ବ୍ରାଜିଲ ଏବଂ କଙ୍ଗୋରେ ସନ୍ତାନ ଜନ୍ମ ପରେ ପିତାମାନଙ୍କୁ ଛୁଟି ଦିଆଯାଉଥିବାବେଳେ ଆମେରିକା ସମେତ ବିଶ୍ୱର ୮ଟି ରାଷ୍ଟ୍ରରେ ମାତୃତ୍ୱ କିମ୍ବା ପିତୃତ୍ୱ ଛୁଟି ଦିଆଯିବାର ବ୍ୟବସ୍ଥ ନାହିଁ। ୟୁନିସେଫ୍‍ କାର୍ଯ୍ୟନିର୍ବାହୀ ନିର୍ଦେଶକ ହେର୍ଣ୍ଣିଟ୍ଟା ଫୋରେ କହିଛନ୍ତି, ଜନ୍ମ ସମୟରୁ ମା’ ଏବଂ ପିତାଙ୍କ ସହିତ ସକରାତ୍ମକ ଏବଂ ମହତ୍ତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ ହେବା ଦ୍ୱାରା ଶିଶୁ ମସ୍ତିଷ୍କର ଅଧିକ ବିକାଶ ହେବା ସହିତ ସୁସ୍ୱାସ୍ଥ୍ୟ ଗଠନ ଏବଂ ଶିକ୍ଷାଲାଭର ମନୋବୃତ୍ତି ବୃଦ୍ଧି ପାଇଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories