ଚନ୍ଦ୍ରରେ ଆଳୁ ଲଗାଇବ ଚୀନ

0

ବେଜିଂ : ଚନ୍ଦ୍ରରେ ପ୍ରଥମ ଥର ଜୀବସତ୍ତାର ସମ୍ଭାବନା ଖୋଜିବା ପାଇଁ ଚୀନ ଏକ ବଡ଼ ଅଭିଯାନ ଆରମ୍ଭ କରିଛି । ଏଥି ନିମନ୍ତେ ଚୀନ ଏକ ସ୍ୱତନ୍ତ୍ର ଯାନ ‘ଚାଗଂ ଇ-୪’ ଚନ୍ଦ୍ରକୁ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଚୀନ ଚଳିତ ବର୍ଷ ଶେଷ ସୁଦ୍ଧା ଚାଗଂ ଇ-୪ ଚନ୍ଦ୍ର ଯାନ ସହ ଆଳୁ, ଫୁଲ ଗଛର ମଞ୍ଜି, ଟସର ପୋକ ସେଠାକୁ ପଠାଇବ । ଚୀନର ଏହି ଯାନରେ ନେଦରଲାଣ୍ଡ, ସ୍ୱିଡେନ, ଜର୍ମାନି, ସାଉଦି ଆରବ ବୈଜ୍ଞାନିକଙ୍କ ଦ୍ୱାରା ନିର୍ମିତ ବିଶେଷ ଯାନ୍ତ୍ରିକ ଉପକରଣ ବି ଚନ୍ଦ୍ରକୁ ପଠାଯିବ । ଆଳୁ ଓ ଅନ୍ୟ ମଞ୍ଜିର ଅଙ୍କୁରୋଦ୍ୟମ ଓ ବିକାଶ ପାଇଁ ଏକ ‘ଲୁନାର ମିନି ବାୟୋସ୍ଫିୟର’ ତିଆରି କରାଯାଇଛି । ଚୀନର ୨୮ଟି ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏହି ‘ଲୁନାର ମିନି ବାୟୋସ୍ଫିୟର’ ତିଆରି କରିଛନ୍ତି । ଦକ୍ଷିଣ-ପଶ୍ଚିମ ଚୀନର ଚାଂଗକିଙ୍ଗ ବିଶ୍ୱବିଦ୍ୟାଳୟରୁ ଏହି ଯାନକୁ ଚନ୍ଦ୍ରକୁ ଉତ୍‌କ୍ଷେପଣ କରାଯିବ । ଆଳୁ ଏବଂ ଅନ୍ୟ ଜିନିଷ ପଠାଇବା ପାଇଁ ଯାନରେ ଏକ ସ୍ୱତନ୍ତ୍ର ଡବା ପ୍ରସ୍ତୁତ କରାଯାଇଛି। ଏହି ଡବା ୧୮ ସେମି ଲମ୍ବା ଏବଂ ୧୬ ସେମି ଦୀର୍ଘ ଅଟେ । ଟିଣ, ସ୍ୱତନ୍ତ୍ର ଆଲୁମିନିୟମ ଧାତୁରେ ଏହି ଡବାଟି ନିର୍ମିତ। ଏହି ଡବାରେ ପାଣି, ପୋଷକ ପଦାର୍ଥ, ବାୟୁ, ଏକ ଛୋଟ କ୍ୟାମେରା ଓ ତଥ୍ୟ ପଠାଇବା ଭଳି ସିଷ୍ଟମ ରହିବ। ଚନ୍ଦ୍ରରେ ଏହି ମଞ୍ଜି ବିକଶିତ ହେବ ଓ ଏହି ପ୍ରକ୍ରିୟାକୁ କ୍ୟାମେରାରେ ଉତ୍ତୋଳନ କରାଯାଇ ପୃଥିବୀ ପୃଷ୍ଠକୁ ପଠାଯିବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି ।

Leave A Reply