ବଜ୍ରପାତରେ ୧୨ ଗାଈ ବଳଦ ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ଅଞ୍ଚଳରେ ଆଜି ଅପରାହ୍ନ ସମୟରେ ବର୍ଷା ସାଙ୍ଗକୁ ଘଡଘଡି ପାଖାପାଖି ୨ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ଧରି ଭୟ ସଞ୍ଚାର କରିଥିଲା । ବଜ୍ରପାତ ଫଳରେ ତଣ୍ଡ ଗ୍ରାମର ପାରାବସା ସାହି ନିକଟରେ ଖଣ୍ଡାଧାରେଣୀ ଗଛ ମୂଳରେ ୭ଟି ବଳଦ ଆଶ୍ରୟ ନେଇଥିଲେ । ହେଲେ ବଳଦ ମାନେ ବଜ୍ରପାତର ଶିକାର ହୋଇ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି । ବଜ୍ରପାତରେ ମୃତ୍ୟୁ ବରଣ କରିଥିବା ବଳଦ ଗୁଡ଼ିକ ମଧ୍ୟରେ ବରବେଡା ଗ୍ରାମର ସୁଜିତ ମହାନ୍ତଙ୍କ ୩ଟି, ଆନନ୍ଦ ମହାନ୍ତଙ୍କ ୨ଟି, ତ୍ରିଲୋଚନ ମହାନ୍ତଙ୍କ ଗୋଟିଏ ଏବଂ ସନୁ ମହାନ୍ତଙ୍କ ଗୋଟିଏ ଥିବା ଜଣାପଡ଼ିଛି । ତାହାସହ ଦିଗିପଶି ପଞ୍ଚାୟତ ଗାଇଁସିରି ଗ୍ରାମ ନିକଟରେ ୫ଟି ଗୋରୁ ବଜ୍ରାଘାତ ପ୍ରଭାବରେ ମୃତ୍ୟୁ ବରଣ କରିଛନ୍ତି ।

prayash

ସେହି ଗ୍ରାମର ଅର୍ଜୁନ ମୁଣ୍ଡାଙ୍କ ୨ଟି ବଦଳଙ୍କ ମୃତ୍ୟୁ ହୋଇଥିବା ବେଳେ ବାସୁଦେବ ମୁଣ୍ଡାଙ୍କ ଗୋଟିଏ, ସମରା ମୁଣ୍ଡାଙ୍କ ଗୋଟିଏ ଏବଂ ଝନୁ ମୁଣ୍ଡାଙ୍କ ଗୋଟିଏ ବଳଦଙ୍କ ମୃତ୍ୟୁ ହୋଇଛି ।  ଘଟଣାସ୍ଥଳକୁ ସାହାରପଡା ରାଜସ୍ୱ ନିରୀକ୍ଷକ ଶରତ ନାୟକ ଏବଂ ପ୍ରାଣୀ ଚିକିତ୍ସକ ଅଜୟ ପାତ୍ର ପହଞ୍ଚି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ତେବେ ବଳଦ ମାନେ ଚାଷ ଉପଯୋଗୀରେ ଲାଗୁ ଥିବା ହେତୁ ଆଗକୁ ଧାନ ଚାଷ କିପରି କରିବେ ବୋଲି ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଉକ୍ତ ଲୋକ ମାନେ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l

kalyan agarbati

Comments are closed.