ପାଟଣାରେ ୯ଟି ଉଚ୍ଚ ବିଦ୍ୟାଳୟର ହେଲା ରୂପାନ୍ତରଣ; ଭିସି ଯୋଗେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳର ୯ଟି ଉଚ୍ଚ ବିଦ୍ୟାଳୟ ଓ ସାହାରପଡା ବ୍ଲକର ୭ ଟି ଉଚ୍ଚବିଦ୍ୟାଳୟ କୁ ୫-ଟିରେ ଦ୍ଵିତୀୟ ପର୍ଯ୍ୟାୟରେ ରୂପାନ୍ତରିତ କରାଯାଇଛି । ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଏହି ବିଦ୍ୟାଳୟ ଗୁଡିକର ଭିସି ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ପାଟଣା ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ଟାଙ୍ଗରପଡ଼ା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଠାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦ ସଦସ୍ୟା ସୌଭାଗ୍ୟ ମଞ୍ଜରୀ ନାଏକ, ସମାଜସେବୀ ମାଧବା ନନ୍ଦ ପୃଷ୍ଟି, ସରପଞ୍ଚ ଅନିରୁଦ୍ଧ ନାଏକ, ସମିତି ସଭ୍ୟ ଭାଗବତ ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପୁରୁଷୋତ୍ତମ ସାହୁ, ସମାଜ ସେବୀ ଗୋପବନ୍ଧୁ ପୃଷ୍ଟି ଓ ବ୍ରହ୍ମାନନ୍ଦ ପୃଷ୍ଟି ଏବଂ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ । ସେହିପରି ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ବ୍ଲକର ପ୍ରାଚୀନ ଗୋପୀନାଥ ନାରାୟଣ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହକୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ସାହୁ ସଂଯୋଜନା କରିଥିଲେ ।

prayash

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୨୩ ନମ୍ବର ଜୋନ ଜିଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, ମୁଖ୍ୟ ବକ୍ତା ଭାବେ ସାମଜିକ କର୍ମୀ ଅଜୟ ଦାଶ, ସମାଜ ସେବୀ ବିଦ୍ୟାଧର ଦାଶ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ସନାତନ ମହାନ୍ତ, ଅରୁଣ କୁମାର ମିଶ୍ର, ଶିକ୍ଷକ ଅଭିଭାବକ ପରି ଚାଳନା ସମିତି ସଭାପତି ଅଜୟ କୁମାର ଦାଶ ପ୍ରମୁଖ ଯୋଗ ଦେଇ ଏହି ପୁରାତନ ବିଦ୍ୟାଳୟର ଭିତ୍ତି ଭୂମିର ବିକାଶସହ ଶୈକ୍ଷିକ ବାତାବରଣ ବୃଦ୍ଧି ପାଇଁ ସ୍ୱର ଉଠାଇ ଥିଲେ । ସେହିପରି ପାଟଣା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ବଡ଼ପାଟଣା ସରପଞ୍ଚ ବିନତି ବାନରା ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଭରତଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ କମଳାକାନ୍ତ ପତି, ବ୍ଲକ ଶିକ୍ଷାଧିକାରୀ ପୂର୍ଣଚନ୍ଦ୍ର ଅମାତ, ସମାଜସେବୀ ବିଦ୍ୟାଧର ମହାନ୍ତ ଓ ପ୍ରମୋଦ କୁମାର ଭଞ୍ଜ, ଲେଫ୍ଟନାଣ୍ଟ ଧର୍ମେନ୍ଦ୍ର କୁମାର ସାହୁ ଓ କଣ୍ଠ ଶିଳ୍ପୀ ଜସ୍ମିନୀପ୍ରଭା ରଣା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ହରେକୃଷ୍ଣ ମହାନ୍ତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସଭାକୁ ଶିକ୍ଷକ ପାର୍ଥ ସାରଥୀ ବେଜ ସଂଯୋଜନା କରିଥିଲେ।

kalyan agarbati

Comments are closed.