କ୍ରୀଡା ଚାମ୍ପିଆନ ସୁଖି ବାସ୍କେଙ୍କୁ ସମ୍ବର୍ଦ୍ଧନା

ପାଟଣା: ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଅଧ୍ୟୟନ ରତ ଯୁକ୍ତ ତିନି କଳା ଛାତ୍ରୀ ତଥା ଆନ୍ତଃ ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ବ୍ୟକ୍ତିଗତ ପ୍ରଦର୍ଶନ କ୍ଷେତ୍ରରେ ଚମ୍ପିଆନ ହୋଇଥିବା ସୁଖି ବାସ୍କେଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ବାରିପଦା ସ୍ଥିତ ଶ୍ରୀରାମଚନ୍ଦ୍ରଭଞ୍ଜ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର କିଶୋର କୁମାର ବାସା ସ୍ଵାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଗସ୍ତ କରିଥିଲେ। ମୁଖ୍ୟଅତିଥି ଡକ୍ଟର ବାସା ଏହି ମହାବିଦ୍ୟାଳୟର ଛାତ୍ରୀ ସୁଖି ବାସ୍କେଙ୍କୁ ପ୍ରଶସ୍ତି ପତ୍ର, ପୁଷ୍ପଗୁଛ ପଦାନ କରି ସମ୍ବର୍ଦ୍ଧିତ କରିବା ସହ ତାଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁ ଦଶ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ସୂଚନା ଦେଇଛନ୍ତି। ଏହା ଛଡ଼ା ବିଶ୍ୱବିଦ୍ୟାଳୟ ସ୍ପୋର୍ଟସ କାଉନସିଲ ତରଫରୁ ସ୍ୱାମପାଟଣା ମହାବିଦ୍ୟାଳୟକୁ କ୍ରୀଡା ସାମଗ୍ରୀ ମଧ୍ୟ ପ୍ରଦାନ କରିଛନ୍ତି।

kalyan agarbati

Comments are closed.