ସୂକ୍ଷ୍ମ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ
ପାଟଣା: ସାହାରପଡା ବ୍ଲକ ଅନ୍ତର୍ଗତ ଲୁଙ୍ଗା ଗ୍ରାମ ଠାରେ ଆଜକୁ ବାର ଦିନ ଧରି ଦଶ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀର ୩୦ ଜଣ ମହିଳାଙ୍କୁ ଡିଟର୍ଜେଣ୍ଟ ତିଆରି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ତାଲିମ କାର୍ଯ୍ୟକ୍ରମକୁ ଷ୍ଟାର ଅନୁଷ୍ଠାନ ପରିଚାଳନା କରିଥିଲେ। ନାବାର୍ଡ ସହାୟତା ପ୍ରଦାନ କରିଥିଲେ। ଲୁଙ୍ଗା, ବିଲ୍ଲା ଓ ରାମଚନ୍ଦ୍ରପୁରର ମହିଳା ଗୋଷ୍ଠୀର ସଦସ୍ୟା ମାନେ ଡିଟେର୍ଜେଣ୍ଟ, ସାବୁନ, ତରଳ ସାବୁନ ଆଦି ତିଆରି ପ୍ରଣାଳୀ ଶିକ୍ଷା କରିବା ସହିତ ଆଗକୁ ଆତ୍ମ ନିର୍ଭରଶୀଳ ହେବେ ବୋଲି ଷ୍ଟାରର ସମ୍ପାଦକ କେଦାର ନାଥ ଆରୁକ ସେମାନଙ୍କୁ ସୂଚନା ଦେଇଥିଲେ। ନାବାର୍ଡର ଡ଼ିଡ଼ିଏମ ଦୀପ୍ତି କାନ୍ତ ମଲ୍ଲିକ ତାଲିମ ପ୍ରମାଣପତ୍ର ପ୍ରଦାନ କରିବା ସହିତ ଆତ୍ମ ନିର୍ଭରଶୀଳ ହେବାକୁ ପ୍ରେରଣା ଦେଇଥିଲେ ଏବଂ ଉପାଦେୟ ଉଦାହରଣ ମାନ ଦେଇ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ।
Comments are closed.