ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ମୁରୁସୁଆଁ ପଞ୍ଚାୟତ କିଆପଡା ବୈତରଣୀ କୂଳରେ ରାଜ୍ୟ ସରକାରଙ୍କ ବିଜୁ କୃଷକ ବିକାଶ ଯୋଜନା ରେ ପାଖାପାଖି ୨୫ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ କିଆପଡା ୧ ନମ୍ବର ଉଠା ଜଳସେଚନ ପ୍ରକଳ୍ପକୁ ମୁଖ୍ୟ ଅତିଥି ପାଟଣା ବିଧାୟକ ଜଗନ୍ନାଥ ନାଏକ ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପ କିଆପଡା ଗ୍ରାମର ୨୦ ହେକ୍ଟର ଚାଷ ଜମି କୁ ଜଳସେଚନ ସୁବିଧା ଯୋଗାଇ ଦେବ ବୋଲି ବିଧାୟକ ଶ୍ରୀ ନାଏକ ମତ ପ୍ରକାଶ କରିଛନ୍ତି। ମୁରୁସୁଆଁ ସରପଞ୍ଚ ସୁନିତା ନାଏକ ଅତିଥି ଭାବେ ଯୋଗ ଦେଇଥିଲେ। ଉଠା ଜଳସେଚନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ସହଦେବ ସେଠୀ, ଉପଖଣ୍ଡ ଅଧିକାରୀ ନିମାଇ ଚରଣ ପରିଡା , ସହକାରୀ ଯନ୍ତ୍ରୀ ବୁଧୁରାୟ ସାଙ୍ଗେ ସାମାଡ , ପାଣି ପଞ୍ଚାୟତ ସଭାପତି ହୃଦାନନ୍ଦ ଦାସ ଓ ସଂପାଦକ ସଚିଦା ନନ୍ଦ ସାହୁ କାର୍ଯ୍ୟକ୍ରମରେ ସାମିଲ ଥିଲେ।
Popular Categories



