www.samajalive.in
Tuesday, December 9, 2025
16.1 C
Bhubaneswar

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ପାଟଣା : ପାଟଣା ବ୍ଲକ୍ ଅନ୍ତର୍ଗତ ଟାଙ୍ଗରପଡ଼ା ପଞ୍ଚାୟତ ଝାଲିଆପଡ଼ା ନାଳ ନିକଟକୁ ଶୌଚ ପାଇଁ ଯାଇଥିବା ସମୟରେ ଆଜି ସକାଳ ସାଢେ଼ ୫ ଟା ସମୟରେ ଜଣେ ବ୍ୟକ୍ତି ଭାଲୁ କାମୁଡ଼ା ରେ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣକ ଝାଲିଆପଡ଼ାର ଅନ୍ତର୍ୟ୍ୟାମୀ ମହାନ୍ତ(୫୦) ବୋଲି ଜଣାପଡିଛି। ପାଟଣା ବନାଞ୍ଚଳ ଅନ୍ତର୍ଗତ ପୋଇପାଣୀ ଫରେଷ୍ଟ ବିଟ୍ ଅଞ୍ଚଳରେ ଏହି ଘଟଣା ଘଟିଛି। ଅନ୍ତର୍ୟ୍ୟାମୀ ଙ୍କ ମୁଁହ ଦେହ ହାତକୁ ଭାଲୁ ଗୁରୁତର କ୍ଷତାକ୍ତ କରିଥିବା ବେଳେ ତାଙ୍କୁ ପ୍ରଥମେ ପାଟଣା ମେଡିକାଲ୍ ଅଣାଯାଇଥିଲା, ପାଟଣା ରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଚିକିତ୍ସା ପାଇଁ ପାଟଣା ବନ ବିଭାଗ ତରଫରୁ ପ୍ରାଥମିକ ପଦକ୍ଷେପ ସ୍ୱରୂପ ୩୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ପାଟଣା ରେଞ୍ଜର ପବିତ୍ର ମୋହନ ନାଏକଙ୍କ ଠାରୁ ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories