ପୋଟଳ ମେବା ପରବଲ୍‌

0

ଆବଶ୍ୟକ ସାମଗ୍ରୀ
ପୋଟଳ – ୨୫୦ ଗ୍ରାମ୍‌
ଖୁଆ ୩୦୦ ଗ୍ର୍ରାମ
ଘିଅ
କାଜୁ
କିସ୍‌ମିସ୍‌
ଗୁଜୁରାତି
ଚିନି
ପ୍ରଣାଳୀ –ପ୍ରଥମେ କାଜୁକୁ ବାଟି ଦିଅନ୍ତୁ ଓ ଗୁଜୁରାତି ଗୁଣ୍ଡ କରି ରଖନ୍ତୁ । ପୋଟଳକୁ କାଟି ତା’ଭିତରୁ ମଞ୍ଜି ବାହାର କରି ପାଣିରେ ପକାନ୍ତୁ । ଏହାପରେ ଗ୍ୟାସ ଲଗାଇ ପାଣି ଫୁଟାଇ ସେଥିରେ ଚିନି ପକାଇ ପତଳା ଶିରା ପ୍ରସ୍ତୁତ କରନ୍ତୁ । ସେହି ଶିରାରେ ପୋଟଳକୁ ପକାନ୍ତୁ । ସିଝିଯିବା ପରେ ଆଉ ଏକ ପାତ୍ରରେ କାଢି ଦିଅନ୍ତୁ । କରେଇକୁ ପୁଣି ଗରମ କରି ସେଥିରେ ଘିଅ ପକାନ୍ତୁ ଓ ଖୁଆ ଭାଜନ୍ତୁ । ସେଥିରେ ପୂର୍ବରୁ ରଖାଯାଇଥିବା କାଜୁ ବଟା, କିସମିସ , ଗୁଜୁରାତି ଗୁଣ୍ଡ , ଅଳ୍ପ ପେଷା ହୋଇଥିବା ଚିନି ପକାନ୍ତୁ ।ା ପ୍ରସ୍ତୁତ ହେବା ପରେ ଏକ ପାତ୍ରରେ କାଢନ୍ତୁ । ଏହା ପରେ ସିଝି ଥିବା ପୋଟଳ ମଧ୍ୟରେ ଏହାକୁ ପୁର ଭଳି ଭର୍ତ୍ତି କରନ୍ତୁ ଓ ଏକ ପ୍ଲେଟରେ କାଢି ପୋଟଳରେ ସିଲ୍‌ଭର ଜରି ଲଗାନ୍ତୁ । ପ୍ରସ୍ତୁତ ହୋଇ ଗଲା ପୋଟଳ ମେବା ପରବଲ୍‌ ।

kalyan agarbati
Leave A Reply