ପାର୍ଥ ସାରଥୀ ଧାମ ଖୋଲିବାକୁ ଦାବୀ

ପାତ୍ରପୁର: ଦକ୍ଷିଣ ଓଡ଼ିଶାର ଅନ୍ୟତମ ଧାମ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକ ଆନ୍ଧ୍ର ସୀମାନ୍ତ ଜରଡା ଗ୍ରାମରେ ବିଜେ ଶ୍ରୀ ପାର୍ଥସାରଥୀ ଧାମ ସର୍ବ ସାଧାରଣଙ୍କ ଦର୍ଶନ ଲାଗି ଅନୁମତି ଦେବାକୁ ଦାବି ହୋଇଛି। କରୋନା କଟକଣା ଯୋଗୁଁ ଦୀର୍ଘ ଦିନ ହେଲା ଏହିଠାରେ ମନ୍ଦିର ମୁଖ୍ୟ ଫାଟକ ବନ୍ଦ ରହିଥିବା ବେଳେ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହେଉଛନ୍ତି। ଗତକାଲି ପବିତ୍ର ଜନ୍ମାଷ୍ଟମୀ ଅବସରରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ପାର୍ଥ ସାରଥିଙ୍କ ଦର୍ଶନ ପାଇଁ ମନ୍ଦିର ନିକଟରେ ପହଞ୍ଚିଥିଲା ବେଳେ ମନ୍ଦିର କବାଟ ବନ୍ଦ ରହିଥିଲା। ଯାହାକୁ ନେଇ ଶ୍ରଦ୍ଧାଳୁମାନେ ନିରାଶ ହୋଇ ଫେରିଥିଲେ। ରାଜ୍ୟରେ ବିଭିନ୍ନ ଧାର୍ମିକ ପୀଠସ୍ଥଳ କରୋନା କଟକଣା ମଧ୍ୟରେ ଖୋଲିଥିବା ବେଳେ ଏହି ମନ୍ଦିର ଖୋଲା ଯାଇନାହିଁ। ଏହା ଜାଣିବା ପରେ ପାର୍ଥ ସାରଥିଙ୍କ ଦର୍ଶନ ନିମନ୍ତେ ଯାଇଥିବା ଜଣେ ଶ୍ରଦ୍ଧାଳୁ ବମକୋଇ ଗ୍ରାମର ସୁରେଶ ଚନ୍ଦ୍ର ଦ୍ୟାନ ସାମନ୍ତରା ମନ୍ଦିର କମିଟି ସହିତ ଯୋଗାଯୋଗ କରିଥିଲେ। ତହସିଲ ଓ ପ୍ରଶାସନ ପକ୍ଷରୁ ମନ୍ଦିର ଖୋଲିବାକୁ ଅନୁମତି ମିଳି ନ ଥିବା କମିଟି ପକ୍ଷରୁ କୁହାଯାଇଥିଲା। କରୋନା କଟକଣା ହଟିବା ପରେ ମଧ୍ୟ ଏଭଳି ଏକ ଐତିହାସିକ ପୀଠର ମୁଖ୍ୟ ଫାଟକ ବନ୍ଦ ରହିବା ଦେଖି ସେ ଦୁଃଖ ଓ କ୍ଷୋଭର ଜନ ସାଧାରଣ ଙ୍କ ଲାଗି ମନ୍ଦିର ଖୋଲିବାକୁ ଗଣମାଧ୍ୟମ ଜରିଆରେ ପ୍ରଶାସନକୁ ନିବେଦନ କରିଛନ୍ତି।

kalyan agarbati

Comments are closed.