ସୁସ୍ଥ ହୋଇ ଗୋଆ ଫେରିଲେ ପାରିକର

0

ନୂଆଦିଲ୍ଲୀ  : ଆମେରିକାରେ ତିନି ମାସ ଚିକିତ୍ସିତ ହେବା ପରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ସ୍ୱଦେଶ ଫେରିଛନ୍ତି। ଗୁରୁବାର ପାରିକର ମୁମ୍ବଇରେ ପହଞ୍ଚିବା ପରେ ସନ୍ଧ୍ୟାରେ ଗୋଆ ଯାଇଛନ୍ତି। ଅଗ୍ନ୍ୟାଶୟ ସମସ୍ୟା ଯୋଗୁଁ ପାରିକର ମାର୍ଚ୍ଚ ପ୍ରଥମ ସପ୍ତାହରେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ। ଏହା ପୂର୍ବରୁ ସେ ମୁମ୍ବଇର ଲୀଲାବତୀ ହସ୍ପିଟାଲ ଓ ଗୋଆ ମେଡିକାଲ କଲେଜରେ ଚିକିତ୍ସିତ ହୋଇଥିଲେ। ତେବେ ଏଠାରେ ତାଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ହୋଇ ନପାରିବାରୁ ସେ ଆମେରିକା ଯାଇଥିଲେ।

Leave A Reply