ପରୀ ଏକ୍ସପ୍ରେସକୁ ଏନ୍‌ସିପିସିଆରର ପ୍ରଶଂସା

0

ନୂଆଦିଲ୍ଲୀ : ନାବାଳିକାଙ୍କ ଉପରେ ବଢ଼ୁଥିବା ଯୌନ ନିର୍ଯ୍ୟାତନା ଘଟଣାର ପ୍ରତିକାର ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ କରାଯାଇଥିବା ‘ପରୀ ପାଇଁ କଥାଟିଏ’ କାର୍ଯ୍ୟକ୍ରମକୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନ୍‌ସିପିସିଆର)ର ଅଧ୍ୟକ୍ଷ ସୃତି କ୍କକର ପ୍ରଶଂସା କରିଛନ୍ତି। ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କର ଏହି ଅଭିନବ ପ୍ରୟାସ ସମଗ୍ର ଦେଶ ପାଇଁ ଏକ ଉଦାହରଣ ବୋଲି ଶ୍ରୀମତୀ କ୍କକର କହିଛନ୍ତି। ସ୍ଥାନୀୟ ହାବିଟାଟ ସେଣ୍ଟରରେ ଆୟୋଜିତ ଏକ ଶିଶୁ ସୁରକ୍ଷା ସଂପର୍କିତ ଏକ କାର୍ଯ୍ୟକ୍ରମରେ ଦେଶରେ ଏଭଳି ସଚେତନା ସୃଷ୍ଟି ପାଇଁ ରାଜ୍ୟ ସରକାର ଗୁଡ଼ିକ ଆଗେଇ ଆସିବା ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ସଚିବ ରାକେଶ ଶ୍ରୀବାସ୍ତବ ଆହ୍ୱାନ କରିଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ଅତିରିକ୍ତ ପୋଲିସ ମହାନିର୍ଦେଶକ (କ୍ରାଇମବ୍ରାଞ୍ଚ) ସନ୍ତୋଷ ଉପାଧ୍ୟାୟ ଯୋଗ ଦେଇ ଶିଶୁ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଜଣାଇଥିଲେ।

Leave A Reply