ଆବଶ୍ୟକ ସାମଗ୍ରୀ
ଅଟା – ୨କପ
ଦହି – ୧କପ
ପୁଦିନା ପତ୍ର – ୧କପ ରୁ କମ
ଧନିଆ ପତ୍ର – ୧କପ ରୁ କମ
କଟା ପିଆଜ – ୨ଟି
ଜୁଆଣି – ଅଳ୍ପ
କଟା କଞ୍ଚା ଲଙ୍କା – ୨ଟି
ହଳଦୀ ଗୁଣ୍ଡ – ଅଳ୍ପ
ଘିଅ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଅଟାରେ ଜୁଆଣୀ, ପିଆଜ, ହଳଦୀ, ଲୁଣ, କଞ୍ଚା ଲଙ୍କା, ଘିଅ ଅଳ୍ପ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଦହି, ପୁଦିନା ପତ୍ର, ଧନିଆ ପତ୍ର , ଆବଶ୍ୟକ ପରିମାଣରେ ପାଣି ପକାଇ ଭଲ ଭାବେ ଚକଟି ଦେଇ ୧୦ ମିନିଟ ରଖି ଦିଅନ୍ତୁ। ୧୦ ମିନିଟ ପରେ ପୁଣି ଚକଟା ଅଟାକୁ ଆଉ ଥରେ ଦଳି ଏଥରୁ ଗୋଲ ଆକୃତିର ଗୁଳା ପ୍ରସ୍ତୁତ କରନ୍ତୁ। ଗୁଳାରୁ ପରଟା ଆକୃତିର ବେଲି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ତାୱା ଗରମ କରନ୍ତୁ। ତାୱା ଗରମ ହେବା ପରେ ପରଟାକୁ ଘିଅରେ ଭଲ ଭାବେ ସେକି ଦିଅନ୍ତୁ। ଏବେ ଏହାକୁ ଚଟଣି କିମ୍ବା ଆଚାର ସହ ଖାଆନ୍ତୁ ଓ ମଜା ନିଅନ୍ତୁ।
ଦହି ପରଟା
Popular Categories



