www.samajalive.in
Monday, December 15, 2025
24.1 C
Bhubaneswar

ମତ୍ସ୍ୟଡିଆ ନଦୀରେ ଅଘଟଣ, ଗାଧୋଇବା ବେଳେ ଗୋଡ଼ ଖସି ବାଳିକା ନିଖୋଜ

ପାରାଦୀପ: ପାରାଦ୍ୱୀପ ଅଠରବାଙ୍କୀ ନିକଟସ୍ଥ ମତ୍ସ୍ୟଡିଆ ନଦୀରେ ଅଘଟଣ ଘଟିଛି। ଗାଧୋଇବା ବେଳେ ଗୋଡ ଖସିଯିବାରୁ ଜଣେ ବାଳିକା ବୁଡି ନିଖୋଜ ହୋଇ ଯାଇଛନ୍ତି। ଖୁଦୁରକୁଣୀ ଓଷା ପାଇଁ ଅଠରବାଙ୍କି ନିକଟସ୍ଥ କଂସାରିପାଟିଆର ମତ୍ସ୍ୟଡିହା ନଦୀରେ ସ୍ଥାନୀୟ ମହିଳା ଓ କିଛି ଝିଅ ବାଲୁକା ପୂଜା ପାଇଁ ବୁଡ ପକାଇବା ବେଳେ ହଠାତ୍ ୧୪ ବର୍ଷୀୟା ଆରତି ମଲିକ ପାଣି ଭିତରକୁ ଖସିଯାଇଥିଲା। ପାଖରେ ଥିବା ଅନ୍ୟ ସହଯୋଗୀମାନେ ଶତଚେଷ୍ଟା କରିଥିଲେ ବି ତାକୁ ଉଦ୍ଧାର କରି ପାରିନଥିଲେ। ତେବେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପାରାଦୀପ ସିଆଇଏସଏଫର ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ ଖୋଜା ଖୋଜି ଜାରି ରଖିଛନ୍ତି। ଓଡ୍ରାଫ ଟିମ୍ ମଧ୍ୟ ଆସି ସେଠାରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଛନ୍ତି। ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରିନଥିବା ଜଣାପଡିଛି l

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories