www.samajalive.in
Sunday, December 7, 2025
14.1 C
Bhubaneswar

ଲୁହାପଥର ବୋଝେଇ ଟ୍ରକ ଚାପାରେ ଜଣେ ମୃତ

ପାରାଦ୍ୱୀପ : ଦୁର୍ଘଟଣାରେ ବାପାର ମୃତ୍ୟୁ ଘଟିବା ପରେ ରାସ୍ତାରେ ମୁଣ୍ଡ ପିଟି କାନ୍ଦୁଛି ଝିଅ । ଏହିଭଳି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ପାରାଦୀପ ନେହେରୁ ବଙ୍ଗଳା ରାସ୍ତାରେ । ବନ୍ଦରକୁ ଯାଉଥିବା ଆଇରନ ଟ୍ରକ ସ୍କୁଟିରେ ଆସୁଥିବା ନେହେରୁ ବଙ୍ଗଳାର ଗଣେଶ୍ୱର ଲେଙ୍କାଙ୍କୁ ଚଢାଇ ଦେବାରୁ ତାଙ୍କର ମୃତ୍ୟୁ ଘଟିଛି । ଖବର ପ୍ରଚାରିତ ହେବାପରେ ନେହେରୁ ବଙ୍ଗଳାର ଲୋକମାନେ ପହଞ୍ଚି ରାସ୍ତାରୋକ କରିଛନ୍ତି । ମୃତ ଗଣେଶ୍ୱର ପରିବାରର ଏକମାତ୍ର ରୋଜଗାର କରୁଥିବାରୁ ତାଙ୍କ ମୃତ୍ୟୁ ପରେ ପରିବାର ସମ୍ପୂର୍ଣ ବେସାହାରା ହୋଇପଡିଛି । ତେଣୁ ଗଣେଶ୍ୱରଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ଓ କ୍ଷତି ପୂରଣ ବାବଦରେ କୋଡିଏ ଲକ୍ଷ ଟଙ୍କା ଦାବିକରି ଉତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି । ତେବେ ଏହି ରାସ୍ତା ଫିସିଂ ହାର୍ବରକୁ ଯାଇଥିବା ବେଳେ ଫିସିଂ ହାର୍ବର ଓ ନେହେରୁ ବଙ୍ଗଳା ବାସିନ୍ଦା ଏହି ରାସ୍ତା ଦେଇ ଯା ଆସ କରିଥାନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ବନ୍ଦର ମଧ୍ୟରେ କାର୍ୟ୍ୟ କରୁଥିବା ଦ୍ରୁତ ଗତିରେ ଆଇରନ ଗାଡି ଗୁଡିକ ,ରାସ୍ତା ଉପରେ ଆଇରନ ଗୁଲି ଗୁଡିକ ପଡି ରହିବା କାରଣରୁ ଏଭଳି ଦୁର୍ଘଟଣା ଘଟୁଥିବା ନେଇ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସଭାପତି ଶ୍ରୀକାନ୍ତ ପରିଡା ଓ ସ୍ଥାନୀୟ ପାରିଷଦ ଆନନ୍ଦ ମାଦେଳି ଅଭିଯୋଗ କରିଛନ୍ତି ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories