ପାରାଦ୍ୱୀପ : ଜାହାଜରେ ଡ୍ରଗ୍ସ ଚାଲାଣ ହେଉଥିବା ନେଇ ଶୁକ୍ରବାର ଖବର ମିଳିଛି। ଏନେଇ ଖବର ମିଳିବା ପରେ ଯାଞ୍ଚ ଆରମ୍ଭ କରାଯିବା ସହ ଜାହାଜରୁ ସନ୍ଦେହଜନକ ଭାବେ ୧୪ ପ୍ୟାକେଟ ଜବତ କରାଯାଇଛି। ପିଆଇସିଟି ବର୍ଥରେ ଲାଗିଥିବା ଜାହାଜରୁ ମୋଟ୍ ୨୨ ପ୍ୟାକେଟ ଜବତ ହୋଇଛି। ଷ୍ଟିଲ ପ୍ଲେଟ ଆଣି ଆସିଥିବା ‘ଏମ୍ଭି ଦେବୀ’ଜାହାଜରୁ ଜବତ ହୋଇଛି। ଜବତ ପରେ ଜାହାଜର ସବୁ ଅପରେସନ ବନ୍ଦ କରାଯାଇଛି। କଷ୍ଟମ ଅଧିକାରୀ ତନାଘନା ଆରମ୍ଭ କରିଛନ୍ତି।
Popular Categories



