www.samajalive.in
Sunday, December 7, 2025
23.1 C
Bhubaneswar

ସମୁଦ୍ରରୁ ଠାବ ହୋଇଥିବା ସନ୍ଦିଗ୍ଧ ଯୁବକ ପୁଲିସ ହେପାଜତରେ

ପାରାଦ୍ୱୀପ : ଦୂର ସମୁଦ୍ର ମଧ୍ୟରୁ ସନ୍ଦିଗ୍ଧ ଅବସ୍ଥାରେ ଏକ ଟ୍ରଲରରେ ଚଢିଯାଇଥିବା ଯୁବକକୁ ମତ୍ସ୍ୟଜୀବୀ ମାନେ ପାରାଦୀପ ମେରାଇନ ପୁଲିସକୁ ହସ୍ତାନ୍ତର କରିଛନ୍ତି । ସନ୍ଦିଗ୍ଧ ଯୁବକଙ୍କୁ ଅଠରବାଙ୍କି ଡାକ୍ତରଖାନା ଅଣାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।  ତାଙ୍କ ଘର ଝାଡ଼ଖଣ୍ଡ ବୋଲି ଯୁବକ ଜଣଙ୍କ ପୁଲିସକୁ କହିଛି ।
ଗତକାଲି ବିଳମ୍ବିତ ରାତିରେ ସମୁଦ୍ର ଉପକୁଳରୁ ୭୧ ନଟିକାଲ ମାଇଲ ଦୂରରେ ମାଛ ଧରିବାକୁ ଯାଇଥିବା ଓମ୍ ନମଃ ଶିବାୟ ଟ୍ରଲରଟି ଲଙ୍ଗର ପକାଇଥିବା ବେଳେ ସମ୍ପୃକ୍ତ ଯୁବକ ଜଣଙ୍କ ଟ୍ରଲର ଉପରକୁ ଚଢି ଯାଇଥିଲେ। ଟ୍ରଲରରେ ଥିବା ମତ୍ସ୍ୟଜୀବୀ ମାନେ ଅଜଣା ବ୍ୟକ୍ତିଙ୍କୁ ଦେଖି ଭୟଭୀତ ହୋଇପଡ଼ିଥିଲେ । ସନ୍ଦିଗ୍ଧ ଯୁବକଙ୍କ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ନିର୍ଦ୍ଦେଶରେ ତାଙ୍କୁ ପାରାଦୀପ ଆଣି ମେରାଇନ ପୁଲିସକୁ ହସ୍ତାନ୍ତର କରିଛନ୍ତି । ସମ୍ପୃକ୍ତ ଯୁବକଙ୍କୁ ପ୍ରଥମେ ଅଠରବାଙ୍କୀ ମେଡିକାଲ୍କୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ମେରାଇନ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ଯୁବକ ଜଣଙ୍କର ନାଁ କୁଶ ତିର୍କୀ ଓରାଓଁ ଏବଂ ତାଙ୍କ ଘର ଝାଡ଼ଖଣ୍ଡ ବୋଲି କହିଛି । ସେ ବିଭିନ୍ନ ସମୟରେ ବିଭିନ୍ନ କଥା କହୁଥିବା ଜଣାପଡିଛି । ତେବେ ସେ ଜଣେ ମାନସିକ ବିକାର ଗ୍ରସ୍ତ ରୋଗୀ କିମ୍ବା ଧରାପଡିବା ପରେ ଏଭଳି ଅଭିନୟ କରୁଛି ସେନେଇ ପୁଲିସ ତଦନ୍ତ କରୁଛି । ତେବେ ସେ ଦୂର ସମୁଦ୍ର ମଧ୍ୟକୁ କେମିତି ଗଲେ, ସେ ଏକା କି ତାଙ୍କ ସହ ଆଉ କିଏ ଥିଲେ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories