୮ଦଫା ଦାବୀ ନେଇ ଗ୍ରାମପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବୈଠକ

ବାଉଁଶୁଣି : ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ପଞ୍ଚାୟତ କାର୍ଯ୍ୟାଳୟରେ ଓଡ଼ିଶା ଗ୍ରାମପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ଆଠ ଦଫା ଦାବି ନେଇ କର୍ମଚାରୀ ମାନଙ୍କ ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ସଭାପତି ଦୟାନିଧି ଜାଲଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ପଂଚାୟତର ପିଅନ, ଝାଡୁଦାର ଓ ରାତ୍ରି ଜଗୁଆଳି ମାନେ ଯୋଗ ଦେଇଥିଲେ। ନିଜର ନ୍ୟାଯ୍ୟ ଦାବୀ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ। ସମାନ କାମକୁ ସମାନ ଦରମା, ସ୍ଥାୟୀ ନିଯୁକ୍ତି ନିୟମିତ ଦରମା, ଓଡ଼ିଶା ଗ୍ରା:ପର ୨୦୧୪ ମସିହା ନିୟମ ୧୨୫ ଓ ୧୯୬୪ ମସିହା ୧୨୩ ଆଇନକୁ ତୁରନ୍ତ ସଂଶୋଧନ, ରାଜ୍ୟ ବଜେଟ୍‌ରେ ଏହି କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା, ପଞ୍ଚାୟତିରାଜ ବିଧି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ସହିତ ଇ-ଗଭର୍ଣ୍ଣାନ୍ସ ପୋର୍ଟାଲ ସିଷ୍ଟମ ପି.ଆର ବିଭାଗରେ କର୍ମଚାରୀମାନଙ୍କ ତାଲିକାକୁ ପଞ୍ଜିକରଣ କରିବା, ଶିକ୍ଷାଗତ ଯୋଗ୍ୟତା ଭିଭିରେ ପଦୋନ୍ନତି ଆଦି ପ୍ରମୁଖ ଦାବୀ ବିଷୟରେ ଆଲୋଚନା କରାଯାଇଥିଲା। ସେହିପରି  ଶ୍ରମ ଓ ନିୟୋଜନ ବିଭାଗ ଦ୍ବାରା ଘୋଷଣା କରାଯାଇଥିବା ଦୈନିକ ସର୍ବନିମ୍ନ ମଜୁରୁ  ୩୫୨ ଟଙ୍କାରୁ କମ୍ ହେଉନଥିବା ଏକ ଷ୍ଟାଣ୍ଡିଂ ଅର୍ଡ଼ର ପ୍ରତ୍ୟେକ ପଞ୍ଚାୟତକୁ ପଠାଇବା ନେଇ ଆଲୋଚନା ହୋଇଥିଲା । ଯଦି ସରକାର ୨୦୨୪ନିର୍ବାଚନ ପୂର୍ବରୁ ଏ ଦିଗରେ  କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ସଂଘ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ସଂଘର ରାଜ୍ୟ ସାଧାରଣ ସମ୍ପାଦକ କହିଛନ୍ତି।
ଏହି ବୈଠକରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ର ସମ୍ପାଦକ ସୁବ୍ରତ କୁମାର ରାଉଳ,ବୌଦ୍ଧ ଜିଲ୍ଲା ସଭାପତି ଦୟାନିଧି ଜାଲ, ଜିଲ୍ଲା ସମ୍ପାଦକ ପରମାନନ୍ଦ ପ୍ରଧାନ, ଦିଲୀପ କ୍ଷେତି, ଲୋଚନ ମଲିକ, ରତ୍ନାକର ମୁଦୁଲିଙ୍କ ସମେତ ଜିଲ୍ଲାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.