www.samajalive.in
Tuesday, December 9, 2025
26.1 C
Bhubaneswar

ଆଠଗଡର ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା, ସାମିଲ ହେଲା ୫୧ଟି ବିମାନ

ଆଠଗଡ: ଆଠଗଡର ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ଓ ହୋଲି ଉତ୍ସବ ଶାନ୍ତିଶୃଙ୍ଖଳାର ସହିତ ବେଶ୍‌‌ ଆଡମ୍ବରପୂର୍ଣ୍ଣ ଭାବେ ଶେଷ ହୋଇଛି। ଶନିବାର ପଞ୍ଚୁଦୋଳ ଯାତ୍ରା ଲାଗି ଆଠଗଡ ସହର ଉତ୍ସବମୁଖର ହୋଇ ଉଠିଥିଲା। ଏହି ଯାତ୍ରାରେ ପ୍ରାୟ ୨୦ହଜାରରୁ ଉର୍ଦ୍ଧ ଜନସମାଗମ ଦେଖିବାକୁ ମିଳିଥିଲା। ପ୍ରଭୁ ଶ୍ରୀ ରାଧାଗୋବିନ୍ଦଙ୍କ ନିମନ୍ତ୍ରଣ କ୍ରମେ ପ୍ରଭୁ ଶ୍ରୀ ଧବଳେଶ୍ୱର ଓ ଶ୍ରୀ ସର୍ପେଶ୍ୱରଙ୍କ ସମେତ ଆଖପାଖ ଗ୍ରାମାଞ୍ଚଳ ଓ ଆଠଗଡ ସହରର ବିଭିନ୍ନ ମନ୍ଦିରରୁ ବିମାନରୂଢ ଦିଅଁ ଏଠାରେ ପହଞ୍ଚିବା ପରେ ଝୁଲଣ ପଡିଆରେ ଲାଗିଥିବା ଅସ୍ଥାୟୀ ଚାରମାଳରେ ବିଶ୍ରାମ ନେଇଥିଲେ।

ସେଠାରେ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ପ୍ରଶାନ୍ତ କୁମାର ତରାଇ ସମସ୍ତ ବିମାନକୁ ସ୍ୱାଗତ କରିଥିଲେ। ରାତି ପ୍ରାୟ ୧୦ଟାରେ ୫ଦଳ ଗୋପାଳ ଭାଇଙ୍କ ବାଡି ଲଉଡି ଖେଳ, ୪୦ ଦଳ ସଂକୀର୍ତ୍ତନ ମଣ୍ଡଳର ସଂକୀର୍ତ୍ତନ ପରିବେଷଣ, ଏକାଧିକ ବାଦ୍ୟ ଦଳ, ବାଣ, ରୋଷଣୀ, ଦୁଃସାହସିକ ଖେଳ ଆଦି ପ୍ରଦର୍ଶନ ସହିତ ଏକ ବିଶାଳ ତଥା ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ୫୧ଟି ବିମାନ ସହର ପରିକ୍ରମା କରିଥିଲା।

- Advertisement -

ଚାନ୍ଦବାଲିଛକ ପର୍ଯ୍ୟନ୍ତ ଯାଇ ଶୋଭାଯାତ୍ରା ରାଧାନାଥପୁର ଶାସନ ଓ ଗଦାସାହି ଦେଇ ଦୁର୍ଗାବଜାରସ୍ଥିତ ମେଲଣ ପଡିଆରେ ଅସ୍ଥାୟୀ ଚାରମାଳରେ ବିମାନଗୁଡିକୁ ବିଶ୍ରାମ ଦିଆଯାଇଥିଲା। ଦୁର୍ଗାବଜାର, ଜଗନ୍ନାଥ ବଜାର, ରଘୁନାଥ ବଜାର, ସ୍ୱପ୍ନେଶ୍ୱର ବଜାର, ଲକ୍ଷ୍ମୀବଜାର ଓ ନୂଆବସଷ୍ଟାଣ୍ଡ ବଜାର ପ୍ରଭୃତିରେ ମେଲୋଡି, ରେକର୍ଡ ଡ୍ୟାନ୍ସ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ବିମାନବାହକ ଗୋପାଳ ଓ ପୂଜକମାନଙ୍କ ରାତିସାରା ଅବସର ବିନୋଦନ ପାଇଁ ଦୁର୍ଗାବଜାର ଠାରେ ସାରାରାତି ଦଣ୍ଡନାଚର ବ୍ୟବସ୍ଥା କରାଯାଇଥିବାରୁ ସେମାନେ ଖୁସି ବ୍ୟକ୍ତ କରିଥିଲେ। ରବିବାର ସକାଳେ ବିମାନଗୁଡିକ ଝୁଲଣ ପଡିଆକୁ ଯିବା ପରେ ସେଠାରେ ଶ୍ରୀ ରାଧାଗୋବିନ୍ଦଙ୍କ ପକ୍ଷରୁ ଭେଟଭୋଗ ଲାଗି ହୋଇଥିଲା। ସେଠାରୁ ବିମାନ ଶୋଭାଯାତ୍ରା ସହର ମଧ୍ୟ ଦେଇ ଯଜ୍ଞ ନାରାୟଣ ମନ୍ଦିରରେ ପହଞ୍ôଚବା ପରେ ସେଠାରେ ରାଜଭୋଗ ଲାଗି ହେବା ସହ ବିମାନ ବାହକ ଗୋପାଳ ଭାଇ ଓ ପୂଜକମାନଙ୍କୁ ଉପଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିବା ସହ ସମ୍ବର୍ଦ୍ଧନା ଜଣାଇଥିଲେ।

ବିଦାୟ ସମ୍ବର୍ଦ୍ଧନା ପରେ ସ୍ୱମନ୍ଦିରକୁ ବାହୁଡି ଯାଇଥିଲେ। ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ, ମାଜିଷ୍ଟେଟ୍‌‌ ଭାବେ ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ୱାଇଁ ପ୍ରମୁଖ ଯାତ୍ରା ପରିଚାଳନା କରିଥିବାବେଳେ ଉପଖଣ୍ଡ ପୁଲିସ ଅଧିକାରୀ ରବିନ୍ଦ୍ର କୁମାର ମଲ୍ଲିକ ଓ ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ବାହିନୀ ସୁରକ୍ଷା ଦାୟିତ୍ୱ ନିର୍ବାହ କରିଥିଲେ।

ରବିବାର ଆଠଗଡର ହୋଲି ଉତ୍ସବ ମଧ୍ୟ ବେଶ୍‌‌ ଶାନ୍ତି ଶୃଙ୍ଖଳା ଓ ଭାଇଚାରା ମଧ୍ୟରେ ପାଳିତ ହୋଇଯାଇଛି। ଶହ ଶହ ଯୁବକ, ପିଲା, ମହିଳା ଓ ବୟସ୍କ ଲୋକମାନେ ସହର ତମାମ ବୁଲାବୁଲି କରି ପରସ୍ପରକୁ ରଙ୍ଗ ଲଗାଇ ହୋଲି ଉତ୍ସବ ପାଳନ କରିଥିଲେ। ଆଠଗଡରେ ଚଳିତ ବର୍ଷ ହର୍ବାଲ ବା ପ୍ରାକୃତିକ ରଙ୍ଗ ପ୍ରତି ସମସ୍ତଙ୍କର ଅହେତୁକ ଆଗ୍ରହ ପରିଲକ୍ଷିତ ହୋଇଥିଲା।

ବ୍ୟବସାୟ କରୁଥିବା ପ୍ରାୟ ୧୫ଟି ଅସ୍ଥାୟୀ ରଙ୍ଗ ଦୋକାନରେ ଗ୍ରାହକମାନେ ପ୍ରଥମେ ପ୍ରାକୃତିକ ବା ଜୈବିକ ରଙ୍ଗ ମାଗୁଥିବା ବା କିଣୁଥିବା ଦେଖିବାକୁ ମିଳୁୁଛି। ହୋଲିର ଅନ୍ୟତମ ମୁଖ୍ୟ ଆକର୍ଷଣ ବିଭିନ୍ନ ସ୍ଥାନରେ ପଣାପାଣି ଦିଆଯାଉଥିବାବେଳେ ରଘୁନାଥ ବଜାରରେ ସମସ୍ତଙ୍କ ପାଇଁ ଦହିବରା ବଣ୍ଟନର ବ୍ୟବସ୍ଥା କରାଯାଇଥିଲା। ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କୁ ନିଜ ସରକାରୀ ଆବାସରେ ଆଠଗଡର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ରଙ୍ଗ ଲଗାଇ ହୋଲି ଅଭିନନ୍ଦନ ଜଣାଇଥିଲେ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories