www.samajalive.in
Sunday, December 7, 2025
18.1 C
Bhubaneswar

ଜାଣନ୍ତୁ, ଭଗବାନ ହନୁମାନଙ୍କ ପଞ୍ଚମୁଖୀ ରୂପର ରହସ୍ୟ

ଆପଣ ହନୁମାନଙ୍କ ପଞ୍ଚମୁଖୀ ରୂପ ସମ୍ବନ୍ଧରେ ଜାଣିଥିବେ। ଏହାସହ ପ୍ରଭୁ ହନୁମାନଙ୍କର ସେହି ରୂପରେ ଅନେକ ପ୍ରତିମା ଓ ଫଟୋ ଦେଖିଥିବେ। ହନୁମାନ ପଞ୍ଚମୁଖୀ ରୂପ ଧାରଣ କରିବାର କାରଣ ଅନେକଙ୍କୁ ଜଣା ନଥାଏ। ରାମାୟଣ ଅନୁସାରେ, ରାବଣ ଓ ରାମଙ୍କ ଯୁଦ୍ଧ ସମୟରେ ଏକ ମାୟା କରିଥିଲେ। ରାବଣକୁ ଯୁଦ୍ଧରେ ବିଜୟୀ କରିବା ପାଇଁ ସେ ସେହି ମାୟା କରିଥିଲେ। ମାୟା ଅନୁସାରେ ସେ ରାମଙ୍କ ସମସ୍ତ ସେନାକୁ ଗଭୀର ନିଦରେ ଶୁଆଇ ଦେଇଥିଲେ। ତାପରେ ଅହିରାବଣ, ରାମ ଓ ଲକ୍ଷ୍ମଣଙ୍କ ଅପହରଣ କରି ପାତାଳପୁରୀକୁ ନେଇଯାଇଥିଲେ। ଏହି ବିପତ୍ତିରୁ ରକ୍ଷା କରିବା ପାଇଁ ସମସ୍ତ ସେନା ପ୍ରଭୁ ହନୁମାନଙ୍କ ସ୍ମରଣ କରିଥିଲେ।

ହନୁମାନ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଖୋଜି ପାତାଳପୁରୀକୁ ପଳାଇଥିଲେ। ହନୁମାନଙ୍କର ସେଠାରେ ମକରଧ୍ବଜଙ୍କ ସହ ଯୁଦ୍ଧ ହୋଇଥିଲା। ହନୁମାନ ଯୁଦ୍ଧରେ ମକରଧ୍ବଜଙ୍କୁ ପରାସ୍ତ କରିଥିଲେ। ଏହାପରେ ସେ ପାତଳାପୁରୀରେ ପହଞ୍ଚି ଥିଲେ। ସେଠାରେ ସେ ରାମ ଓ ଲକ୍ଷ୍ମଣଙ୍କୁ ବନ୍ଦୀ ଅବସ୍ଥାରେ ଦେଖିଥିଲେ। ବନ୍ଦୀ ଥିବା ମହଲର ଚାରି ପାର୍ଶ୍ବରେ ଦୀପ ଜଳୁଥିବା ଓ ମା ଭବାନୀଙ୍କ ନିକଟରେ ରାମ ଓ ଲକ୍ଷ୍ମଣଙ୍କୁ ବଳୀ ଦେବା ପାଇଁ ପ୍ରସ୍ତୁତି ଚାଲିଥିବା ହନୁମାନ ଦେଖିଥିଲେ। ସେଥିରୁ ରାମ ଓ ଲକ୍ଷ୍ମଣଙ୍କୁ ରକ୍ଷା କରିବାକୁ ହନୁମାନ ଯୋଜନା କରିଥିଲେ।

- Advertisement -

ଅହିରାବଣଙ୍କ ବଧ କରିବା ପାଇଁ ମହଲରେ ଜଳୁଥିବା ସମସ୍ତ ଦୀପକୁ ଏକା ସହ ଲିଭାଇବାକୁ ହେବ ବୋଲି ହନୁମାନ ଜାଣିଲେ। ସେଥିପାଇଁ ହନୁମାନ ପଞ୍ଚମୁଖୀ ରୂପ ଧାରଣ କରିଥିଲେ। ଏହି ପଞ୍ଚମୁଖୀ ରୂପରେ ଉତ୍ତର ଦିଗରେ ବରାହ ମୁଖ, ଦକ୍ଷିଣ ଦିଗରେ ନରସିଂହ ରୂପ, ପଶ୍ଚିମ ଦିଗରେ ଗରୁଡ ମୁଖ, ଆକାଶକୁ ହୟଗ୍ରୀବ ମୁଖ ଓ ପୂର୍ବକୁ ହନୁମାନଙ୍କ ମୁଖ ରହିଥିଲା। ହନୁମାନଙ୍କର ଏହି ରୂପକୁ ଦିବ୍ୟ ରୂପ କୁହାଯାଏ। ସେ ଏହି ରୂପରେ ସମସ୍ତ ଦୀପକୁ ଲିଭାଇ ଦେଇ ଅହିରାବଣର ଅନ୍ତ କରିଥିଲେ। ଏହି ପ୍ରକାରରେ ହନୁମାନଙ୍କର ପଞ୍ଚମୁଖୀ ରୂପକୁ ଦୁନିଆରେ ପୂଜା କରାଯାଉଛି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories