ପାନ ଯୋଗୁଁ କେବଳ ମୁଖର ଦୁର୍ଗନ୍ଧ ନୁହେଁ ଆପଣଙ୍କ ଚୁଟି ଝଡା କମିଯିବ- କରନ୍ତୁ ଏହି କାମ
ପାନ ପତ୍ରରେ – ରୂପଚର୍ଚ୍ଚା
ପାନ ପତ୍ରର ସୁଆଦ ଯେମିତି, ତା’ କରାମତି ମଧ୍ୟ ସେଇପରି। ରୂପ ଚର୍ଚ୍ଚାରେ ଏହି ପତ୍ରର ଉପକାରିତା ଜାଣିବା।
u କେଶ ଝଡ଼ାକୁ କମ୍ କରିବା ପାଇଁ ପାନ ପତ୍ର ବଟାକୁ କେଶେର ଲଗାଇପାରିବେ। ୬ଟି ପାନ ପତ୍ର ବାଟି ସେଥିରେ ୨ଚାମଚ ନଡ଼ିଆ ତେଲ ମିଶାଇବେ। କେଶମୂଳରେ ଲଗାଇ ୩୦ ମିନିଟ୍ ପରେ ଧୋଇବେ। ସପ୍ତାହକୁ ୨ ଥର ଏହି ଉପାୟ କଲେ କେଶ ଝଡ଼ା କମ୍ ହୁଏ।
u ପାନପତ୍ରରେ ଥିବା ପୋଷକତତ୍ତ୍ବ ଆମ ତ୍ବଚାରେ ଚମକ ଆଣେ ଓ ବ୍ରଣ ହେବା କମ୍ କରେ। ୨-୩ଟି ପାନ ପତ୍ରକୁ ଗୋଟିଏ ଲିଟର ପାଣିରେ ଭଲରେ ଫୁଟାଇବେ। ସେହି ପାଣିକୁ ବାରମ୍ବାରେ ମୁହଁରେ ଛିଟା ମାରିଲେ ତ୍ବଚା ସମସ୍ୟା ଦୂର ହୁଏ।
u ଦେହ, ହାତ, ଗୋଡ଼ ସବୁବେଳେ କୁଣ୍ଡାଇହେଲେ ପାନପତ୍ର ଫୁଟା ପାଣିରେ ଗାଧୋଇବା ଭଲ। ଗୋଟିଏ ସପ୍ତାହ ନିୟମିତ ଗାଧୋଇଲେ ଏ ସମସ୍ୟା ଦୂର ହୁଏ।
u ପାନ ଖାଉଥିବା ଲୋକଟିର ମୁଖ ଦୁର୍ଗନ୍ଧ ମଧ୍ୟ ହୋଇନଥାଏ।
Comments are closed.