ଛାତ୍ର ଛାତ୍ରୀଙ୍କ ପଲିଥିନ ମୁକ୍ତ ସଚେତନ ଶୋଭାଯାତ୍ରା

0

କଲମପୁର : କଲମପୁର ସ୍ଥିତ ଦୁର୍ଗାମାଧବ ହାଇସ୍କୁଲର ଇକୋ କ୍ଲବ ଆନୁକୂଲ୍ୟରେ ପଲିଥିନ ମୁକ୍ତ ପରିବେଶ ଗଠନ ନେଇ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହେଇଯାଇଛି।
ପଲିଥିନ ପରିବେଶ ପାଇଁ ବିପଦ ସୃଷ୍ଟି କରୁଛି। ଏହି ପଲିଥିନ ଖାଇ ଅନେକ ଗାଈ ମୃତ୍ୟୁ ବରଣ କରୁଥିବା ବେଳେ •ଷ ଜମି ଗୁଡିକରେ ପଲିଥିନ ଓ ପ୍ଲାଟିଷ୍ଟିକ ନିର୍ମିତ ପଦାର୍ଥ ଗୁଡିକ ଜମି ରହୁଥିବା କାରଣରୁ ମାଟି ପ୍ରଭାବିତ ହେଉଛି। ଏହି କାରଣରୁ •ଷ ମଧ୍ୟ ନଷ୍ଟ ହେଉଛି। ରାଜ୍ୟ ସରକାର ଓଡିଶାକୁ ପଲିଥିନ ମୁକ୍ତ କରିବା ନେଇ ଘୋଷଣା କରି ସାରିଛନ୍ତି କିନ୍ତୁ ଲୋକଙ୍କ ମଧ୍ୟରେ ଆବଶ୍ୟକୀୟ ସଚେତନତା ସୃଷ୍ଟି ନହେବା ପର୍ଯ୍ୟନ୍ତ ପଲିଥିନ ମୁକ୍ତ ପରିବେଶ ଗଠନ କରିବା ସମ୍ଭବ ହେବନାହିଁ। ଲୋକଙ୍କ ମଧ୍ୟରେ ପଲିଥିନ ବ୍ୟବହାର ଦ୍ୱାରା କେବଳ ଗୋ ମଇଁଷି ଆଦି ନୁହେଁ ମାନବ ସଭ୍ୟତା ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି। ବିଭିନ୍ନ ରୋଗ ବାହକର କାରଣ ପାଲଟୁଛି ପଲିଥିନ। ତେଣୁ ତୁରନ୍ତ ପଲିଥିନ ମୁକ୍ତ ପରିବେଶ ଗଠନରେ ସମସ୍ତ ସାଧାରଣ ଜନତାଙ୍କ ସହଯୋଗ ଆବଶ୍ୟକ ବୋଲି ପଲିଥିନ ମୂକ୍ତ ସଚେତନତା ଶୋଭାଯାତ୍ରାର ଉଦ୍‍ଘାଟନୀ ସମାରୋହରେ ଦୁର୍ଗାମାଧବ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଞ୍ଛାନିଧି ପଣ୍ଡା ମତବ୍ୟକ୍ତ କରିଥିଲେ। ଏହି ଶୋଭାଯାତ୍ରାରେ ହାଇସ୍କୁଲର ଶତାଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ସହର ପରିକ୍ରମା କରିବା ସହ ପଲିଥିନ ମୂକ୍ତ ପରିବେଶ ଗଠନର ଏକ ପ୍ର•ର ପତ୍ର ବଣ୍ଟନ କରିବା ସମେତ ପଲିଥିନ ବ୍ୟବହାରର ଦେଖା ଦେଉଥିବା ସମସ୍ୟା ସମ୍ବନ୍ଧରେ ସ୍ଲୋଗାନ ଦେଇଥିଲେ।

Leave A Reply