www.samajalive.in
Monday, December 8, 2025
16.1 C
Bhubaneswar

ଖଟାମିଠା କୋବି ପକୁଡି

ଆବଶ୍ୟକ ସାମଗ୍ରୀ:
ଫୁଲ କୋବି- ୧ଟି
ଭିନେଗାର- ୧ଚାମଚ
ଟମାଟୋ ସସ୍‍- ୧ଚାମଚ
ଚିନି- ୨ଚାମଚ
ଅଦା (ଛେଚା)- ୧ ଚାମଚ
କର୍ଣ୍ଣଫ୍ଲୋର ପାଉଡର- ଅଧା ଚାମଚ
ବେକିଙ୍ଗ ପାଉଡର- ୧ଚାମଚ
ଲୁଣ- ସ୍ୱାଦ ଅନୁସାରେ
ତେଲ- ଆବଶ୍ୟକ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଫୁଲ କୋବିକୁ ଅଳ୍ପ ଛୋଟ ଛୋଟ କରି କାଟି ଧୋଇ ଦିଅନ୍ତୁ। କଡେଇକୁ ଗରମ କରି ସେଥିରେ ଟମାଟୋ ସସ୍‍,ଚିନି,ଅଦା ଓ ଭିନେଗାର ପକାଇ ୨ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ତାପରେ କଡେଇରେ ତେଲ ଗରମ କରି ସେଥିରେ କୋବିକୁ ଅଳ୍ପ ଭାଜି ଦିଅନ୍ତୁ। କୋବି ଭାଜି ହୋଇ ସାରିଲା ପରେ ପାତ୍ରକୁ କାଢି ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ କର୍ଣ୍ଣଫ୍ଲୋର ପାଉଡର,ବେକିଙ୍ଗ ପାଉଡର ଓ ଲୁଣରେ ଅଳ୍ପ ପାଣି ମିଶାଇ ଭଲ ଭାବରେ ଘାଣ୍ଟି ଦିଅନ୍ତୁ। କୋବିକୁ ସେହି ମିଶ୍ରଣରେ ବୁଡାଇ ଗରମ ତେଲରେ ଛାଣନ୍ତୁ। କୋବି ସୁନେଲୀ ରଙ୍ଗର ହୋଇଗଲା ପରେ ପାତ୍ରକୁ କାଢି ଦିଅନ୍ତୁ। ତାପରେ କଢେଇରେ ପୂର୍ବରୁ ପ୍ରସ୍ତୁତ ଟମାଟୋ ସସ୍‍କୁ ପକାଇ ଗରମ କରନ୍ତୁ। ସେଥିରେ ଛଣା ହୋଇଥିବା କୋବି ପକାଇ କିଛି ସମୟ କଷନ୍ତୁ। ୫ମିନିଟ ପରେ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଖଟାମିଠା କୋବି ପକୁଡି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories