www.samajalive.in
Saturday, December 13, 2025
14.1 C
Bhubaneswar

ସୁନା ଖଣି ବିକିବ ପାକିସ୍ତାନ

ଲାହୋର: ଦୀର୍ଘବର୍ଷ ଧରି ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଆସୁଥିବା ପାକିସ୍ତାନ ପରିସ୍ଥିତିର ମୁକାବିଲା ପାଇଁ ନୂଆ ପଦକ୍ଷେପ ନେବାକୁ ଯାଉଛି। ବେଲୁଚିସ୍ତାନ ଅଞ୍ଚଳରେ ଥିବା ସୁନା ଖଣିକୁ ସରକାର ବିକ୍ରି କରିବା ମସୁଧା ଚଳାଇଛନ୍ତି। ବେଲୁଚିସ୍ତାନର ରେକୋ ଡିକ୍‌ଠାରେ ଥିବା ଖଣିରେ ବିପୁଳ ପରିମାଣର ସୁନା ରହିଛି। ଏଥିରୁ ୧୫ଧ ଅଂଶଧନ ସାଉଦି ଆରବକୁ ବିକ୍ରି କରିବା ପାଇଁ ପାକିସ୍ତାନ ସରକାର ଚିନ୍ତା କରୁଛନ୍ତି। ଏହା ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିବା ସରକାରଙ୍କୁ କିଛି ପରିମାଣରେ ସହାୟତା କରିପାରିବ ବୋଲି ଆଶା କରାଯାଉଛି। ରେକୋ ଡିକ୍ ଖଣି ପ୍ରକଳ୍ପର ୫୦ଧ ଅଂଶଧନ ‘ବାରିକ୍ ଗୋଲ୍ଡ’ ମାଲିକାନାରେ ଥିବାବେଳେ ଅବଶିଷ୍ଟ ୫୦ଧ ପାକିସ୍ତାନ ଏବଂ ବେଲୁଚିସ୍ତାନ ସରକାରଙ୍କ ନିକଟରେ ରହିଛି।
ସୂଚନାନୁଯାୟୀ, ସାଉଦି ଆରବର ପବ୍ଲିକ୍‌ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ (ପିଆଇଏଫ୍‌) ରେକୋ ଡିକ୍‌ ଖଣିରୁ ୧୫ଧ ଅଂଶଧନ କିଣିବା ପାଇଁ ଆଗ୍ରହ ସମ୍ମତି
ପ୍ରକାଶ କରିଛି। ପୁନଶ୍ଚ ପାକିସ୍ତାନର ସାମଗ୍ରିକ ଅର୍ଥନୈତିକ ଦୃଶ୍ୟପଟକୁ ସୁଧାରିବା ପାଇଁ ଖଣି କ୍ଷେତ୍ରର ଭିତ୍ତିଭୂମି ବିକାଶ କରିବାକୁ ପିଆଇଏଫ୍‌ ଅନୁଦାନ ଦେବା ପ୍ରସ୍ତାବ ରଖିଛି। ପାକିସ୍ତାନର ଜନୈକ ସରକାରୀ ଅଧିକାରୀ ପ୍ରକାଶ କରିଛନ୍ତି ଯେ ସାଉଦି ଆରବର ପ୍ରସ୍ତାବ ଉପରେ ସମୀକ୍ଷା ପାଇଁ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ଏହି କମିଟି ଫେଡେରାଲ୍ କ୍ୟାବିନେଟକୁ ସୁପାରିସ କରିବ, ପରେ ଅନ୍ତିମ ନିଷ୍ପତ୍ତି ନିଆଯିବ। ଏହାକୁ ବ୍ୟବହାର କରି ପାକିସ୍ତାନ ଆର୍ଥିକ ଆହ୍ବାନକୁ ହ୍ରାସ କରିପାରେ।
ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ) ଓ ବିଭିନ୍ନ ବନ୍ଧୁ ରାଷ୍ଟ୍ରର ଆର୍ଥିକ ସହାୟତା ସତ୍ତ୍ବେ ପାକିସ୍ତାନର ଆର୍ଥିକ ପରିସ୍ଥିତି ଭୟଙ୍କର ରହିଛି। ଦେବାଳିଆ ସ୍ଥିତି ଦୂର କରିବାରେ ଦେଶର ସୁନା ଓ ତମ୍ବା ଖଣି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ବେଲୁଚିସ୍ତାନର ଚାଗାଇ ଜିଲାରେ ଅବସ୍ଥିତ ରେକୋ ଡିକ୍ ଖଣିରେ ଲକ୍ଷ ଲକ୍ଷ ଟନ୍ ସୁନା ରହିଛି। ରେକୋ ଡିକ୍ ବିଶ୍ବର ସବୁଠାରୁ ବଡ଼ ସୁନା ଏବଂ ତମ୍ବା ଖଣି ମଧ୍ୟରୁ ଅନ୍ୟତମ। ପ୍ରାକୃତିକ ସମ୍ପଦ ପାଇଁ ଜଣାଶୁଣା ବେଲୁଚିସ୍ତାନର ଖଣିଗୁଡ଼ିକରେ ବହୁ ପରିମାଣର ସୁନା ଏବଂ ତମ୍ବାର ଭଣ୍ଡାର ରହିଛି। ରିପୋର୍ଟ ଅନୁଯାୟୀଟ୍ଟ ୧୯୯୫ରେ ରେକୋ ଡିକ୍ ଖଣି ପ୍ରଥମେ ଖନନ କରାଯାଇଥିଲା। ସେତେବେଳେ କେବଳ ପ୍ରଥମ ଚାରି ମାସ ମଧ୍ୟରେ ୨୦୦ କିଲୋଗ୍ରାମ ସୁନା ଏବଂ ୧୭୦୦ ଟନ୍ ତମ୍ବା ଉତ୍ତୋଳନ କରାଯାଇଥିଲା। ସେହି ସମୟରେ ବିଶେଷଜ୍ଞ ଆକଳନ କରିଥିଲେ ଯେ ଏହି ଖଣିରେ ପ୍ରାୟ ୪୦୦ ନିୟୁତ ଟନ୍ ସୁନା ରହିଥାଏପାରେଟ୍ଟ ଯାହାର ମୂଲ୍ୟ ୧ ଲକ୍ଷ କୋଟି ଡଲାରରୁ ଅଧିକ। ‘ବାରିକ ଗୋଲ୍ଡ’ ଏବଂ ‘ଆଣ୍ଟୋଫାଗାସ୍ତା ପିଏଲସି’ ମଧ୍ୟରେ ବିବାଦ ଯୋଗୁଁ ଖଣି ପ୍ରକଳ୍ପର ଅଗ୍ରଗତି ଅଟକି ରହିଥିଲା। ପାକିସ୍ତାନର ଋଣ ଜିଡିପିର ୪୨ଧ ସହିତ ସମାନ। ଚଳିତବର୍ଷ ଏପ୍ରିଲରେ ପାକିସ୍ତାନ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିରୁ ୯ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପାଇଛି। ଏହା ସତ୍ତ୍ବେ ପାକିସ୍ତାନ ସରକାର ସ୍ବୀକାର କରିଛନ୍ତି ଯେ ଦେଶର ଅର୍ଥନୀତିକୁ ସ୍ଥିର କରିବା ପାଇଁ ରାଷ୍ଟ୍ରାୟତ୍ତ ସମ୍ପତ୍ତି ବିକ୍ରୟ କରିବା ଏକ ବିକଳ୍ପ ହୋଇପାରେ।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories