www.samajalive.in
Tuesday, December 9, 2025
26.1 C
Bhubaneswar

କାଶ୍ମୀର ଭାରତର ବୋଲି ଦର୍ଶାଇଥିବା ୨ ସାମ୍ବାଦିକଙ୍କୁ ବହିଷ୍କାର କଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ସରକାରୀ ଗଣମାଧ୍ୟମରେ କାଶ୍ମୀରକୁ ଭାରତର ବୋଲି ଦର୍ଶାଇଥିବା ୨ ସାମ୍ବାଦିକଙ୍କୁ ବହିଷ୍କାର କରାଯାଇଛି। ପାକିସ୍ତାନ ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ଉଠିବା ପରେ ଇମ୍ରାନ ଖାନ ସରକାର ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଗତ ୬ ତାରିଖରେ ଏହି ଘଟଣା ଘଟିଥିଲା। ଦେଶର ସରକାରୀ ଗଣମାଧ୍ୟମ ପିଟିଭିରେ ଏକ ଖବର ପ୍ରସାରଣ ସମୟରେ ପାକିସ୍ତାନର ଏକ ମ୍ୟାପ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ କାଶ୍ମୀର ଭାରତର ବୋଲି ଦର୍ଶାଯାଇଥିଲା। ୮ ତାରିଖରେ ଏହି ପ୍ରସଙ୍ଗକୁ ନେଇ ପାର୍ଲାମେଣ୍ଟରେ ଉଠାଯାଇଥିଲା। ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି କରାଯାଇଥିଲା। ଘଟଣାର ତଦନ୍ତ ପରେ ୨ ସାମ୍ବାଦିକଙ୍କୁ ବହିଷ୍କାର କରାଯାଇଛି।

Hot this week

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories